ଦେଶ

ପ୍ରଶିକ୍ଷଣ ସମୟରେ ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍‌, ୨ ଆହତ – Ibnodisha

[ad_1]

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଠାରେ ପ୍ରଶିକ୍ଷଣ ଅଧିବେଶନ ଚାଲିଥିବା ବେଳେ ଏୟାରକ୍ରାଫ୍ଟଟି କ୍ରାସ୍ ହୋଇଯାଇଛି। ପୁଣେ ରୁରାଲ୍ ପୋଲିସ ଏସ୍‌ପି ଅଙ୍କିତ୍ ଗୋଏଲ୍ କହିଛନ୍ତି ଯେ ଏହି ଦୁର୍ଘଟଣା ବାରାମତି ଗଓଊଉ ଅଞ୍ଚଳରେ କଟଫଲ ଗ୍ରାମ ନିକଟରେ ଘଟିଛି। ଏଥିରେ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ପୋଲିସ ମୁତାବକ, ଦୁର୍ଘଟଣାର କାରଣ ଏ ପର‌୍ୟ୍ୟନ୍ତ ଜଣାପଡ଼ିନାହିଁ। ଘଟଣା ପରେ ମାମଲାର ତଦନ୍ତ ଆରମ୍ଭ ହୋଇଛି। ପୋଲିସ କହିଛି ଯେ ବିମାନରେ ୨ ଜଣ ବ୍ୟକ୍ତି ଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନରୁ ପାଇଲଟ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିମାନଟି ରେଡ୍‌ବାର୍ଡ ଫ୍ଲାଇଟ୍ ଟ୍ରେନିଂ ଏକାଡେମୀର ଥିଲା। ବାରାମତି ତହସିଲ୍ ଅନ୍ତର୍ଗତ କଟଫଲ ଗ୍ରାମ ନିକଟରେ ଭୋର୍ ପ୍ରାୟ ୫ଟା ସମୟରେ ଏହି ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ବିମାନଟି ଆକାରରେ ଛୋଟ ଥିବା ଜଣାପଡ଼ିଛି। ପାଇଲଟ୍ ଶକ୍ତି ସିଂ ସାମାନ୍ୟ ଆହତ ହୋଇଛନ୍ତି। କହି ରଖୁଛୁ, ଗତ କିଛି ଦିନ ହେବ ଏଠାରେ ପ୍ରଶିକ୍ଷଣ ଅଧିବେଶନ ଚାଲିଛି। କହି ରଖୁଛୁ, ଏହା ପୂର୍ବରୁ ସେପ୍ଟେମ୍ବର ୧୪ରେ ଅବତରଣ ସମୟରେ ମୁମ୍ବାଇ ବିମାନବନ୍ଦରର ରନୱେରେ ଏକ ଘରୋଇ ଚାର୍ଟାର୍ଡ ବିମାନ ଖସି ଯାଇଥିଲା। ଏହି ଦୁର୍ଘଟଣାରେ ୮ ଜଣ ଆହତ ହୋଇଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button