ଦେଶ

ପୁଣେରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ – Ibnodisha

[ad_1]

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୁଣେରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୁଣେର ଗୋଜୁବାଭି ଗ୍ରାମ ନିକଟରେ ଏକ ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକ ସୂଚନା ମିଳିପାରି ନାହିଁ।

ଖବର ମୁତାବକ, ପୁଣେ ଗ୍ରାମର ବାରାମାଟିରେ ସକାଳ ପ୍ରାୟ ୭.୩୦ରେ ଏହି ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଟ୍ରେନି ପାଇଲଟ ଆହତ ହୋଇଛନ୍ତି ଏବଂ ଉଭୟଙ୍କୁ ଡାକ୍ତରଖାନା ନିଆଯାଇଛି ।

ବୈଷୟିକ ତ୍ରୁଟି ହେତୁ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହା ଏକ ଘରୋଇ କମ୍ପାନୀର ଟ୍ରେନିଂ ବିମାନ ଥିଲା । ଏହାପୂର୍ବରୁ ଗୁରୁବାର ମଧ୍ୟ ରେଡବର୍ଡ ଫ୍ଲାଇଟ୍ ଟ୍ରେନିଂ ଏକାଡେମୀର ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ପାଇଲଟ୍ ଏବଂ ସହ-ପାଇଲଟ୍ ଆହତ ହୋଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button