ଆଫଗାନିସ୍ତାନରେ ହିନ୍ଦୁ, ଶିଖଙ୍କ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ତାଲିବାନ – Ibnodisha

[ad_1]
ନୂଆଦିଲ୍ଲୀ : ୨୦୨୧ରେ ଯେତେବେଳେ କାବୁଲ ତାଲିବାନ ହାତକୁ ଆସିଲା, ସେତେବେଳେ ଆଫଗାନିସ୍ତାନର କିଛି ଛୋଟ ଅଣ-ମୁସଲମାନ ସଂଖ୍ୟାଲଘୁ ଲୋପ ପାଇଯିବେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। ଦୁଇ ବର୍ଷ ପରେ ଏହି ଆଶଙ୍କା ସତ ହେବାରେ ଲାଗିଛି ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଲିବାନ ଦଖଲ ପରେ ଆଫଗାନିସ୍ତାନରୁ ଶେଷ ଇହୁଦୀ ଦେଶ ଛାଡ଼ି ପଳାଇଆସିଥିଲେ । ସେହିପରି କେତେକ କିଛି ଶିଖ ଓ ହିନ୍ଦୁ ମଧ୍ୟ ଦେଶଛାଡ଼ିଥିଲେ । ତଥାପି ସେଠାରେ ଏବେ ବି କିଛି ଶିଖ୍ ଏବଂ ହିନ୍ଦୁ ସମ୍ପ୍ରଦାୟ ପରିବାର ଅଛନ୍ତି । କିନ୍ତୁ ଧୀରେ ଧୀରେ ସେମାନଙ୍କ ଜୀବନ ଦୁର୍ବିସହ ହୋଇଯାଇଛି ।
ତାଲିବାନ ଶାସନ ରେ ଶିଖ୍ ଏବଂ ହିନ୍ଦୁମାନେ କଠୋର କଟକଣାର ସମ୍ମୁଖୀନ ହେଉଛନ୍ତି। ସର୍ବସାଧାରଣରେ ସେମାନଙ୍କର ଧାର୍ମିକ ସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି, ଯାହା ଫଳରେ ଅନେକଙ୍କ ପାଖରେ ପଳାୟନ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ।
ରାଜଧାନୀ କାବୁଲରେ ଛାଡ଼ିଥିବା ଶେଷ ଶିଖମାନଙ୍କ ମଧ୍ୟରୁ ଜଣେ ଫେରୀ କୌର କହିଛନ୍ତି, “ଯେତେବେଳେ ମୁଁ ବାହାରକୁ ଯାଇଥାଏ, ମୋତେ ମୁସଲମାନ ଙ୍କ ଭଳି ପୋଷାକ ପିନ୍ଧିବାକୁ ବାଧ୍ୟ କରାଯାଏ, ଯେରିକି ମୁଁ ଶିଖ ବୋଲି କେହି ଜାଣିନପାରିବେ ।
କୌରଙ୍କ ପିତା ୨୦୧୮ରେ ଜଲାଲାବାଦରେ ହୋଇଥିବା ଏକ ଆତ୍ମଘାତୀ ଆକ୍ରମଣରେ ପ୍ରାଣ ଏହି ଆକ୍ରମଣ ପରେ କୌରଙ୍କ ମା’ ଓ ଭଉଣୀଙ୍କ ସମେତ ୧୫୦୦ ଶିଖ୍ ଦେଶ ଛାଡିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ସେ ରହିଯାଇଥିଲେ । ଏବେ ତାଲିବାନ ଶାସନରେ ସେଠାରେ ରହିବା କଷ୍ଟକର ହୋଇଯାଇଛି ।
[ad_2]




