ରାଜ୍ୟ

୫-ଟି ସଚିବଙ୍କ ଗଞ୍ଜାମ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନ; ୭ ବ୍ଳକ୍ ପାଇଁ ୧୬୭୦ କୋଟିର ପାଇପ୍ ଜଳଯୋଗାଣ ପ୍ରକଳ୍ପ – Ibnodisha

[ad_1]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଆଜି ଦ୍ୱିତୀୟ ଦିନ ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିବା ସହିତ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ସୋରଡ଼ା, ବେଲଗୁଣ୍ଠା, ଜଞ୍ଜନଗର, ଜଗନ୍ନାଥପ୍ରସାଦ, ପୋଲସରା, ବୁଗୁଡ଼ା ଓ ଖଲିକୋଟ ବ୍ଳକ ଅଞ୍ଚଳରେ ମହାନଦୀ ଓ ସାଳିଆ ଡ୍ୟାମ୍‌ରୁ ପାଇପ୍ ଯୋଗେ ଜଳଯୋଗାଣ ପାଇଁ ୧୬୭୦ କୋଟି ଟଙ୍କାର ଏକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଶ୍ରୀ ପାଣ୍ଡିଆନ୍ ଏହି ପ୍ରକଳ୍ପର ଅଗ୍ରଗତି ନେଇ ସ୍ଥାନୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହିତ ଯଥା ସମୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାବ୍ୟତୀତ ଧନେଇ ନଦୀ ଉପରେ ପୋଲସରାଠାରେ ୨୦ କୋଟି ବ୍ୟୟରେ ଚାଲିଥିବା ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକ୍‌ଚର ପ୍ରୋଜେକ୍ଟ ଓ ଭଞ୍ଜନଗରର ଧୋଲାପିଟାଠାରେ ୨୬ କୋଟି ବ୍ୟୟରେ ଚାଲିଥିବା ଜଳସେଚନ ପ୍ରକଳ୍ପର କାମ ଦେଖିଥିଲେ । ଏହି ଦୁଇ ପ୍ରକଳ୍ପର କାମ ଆଗାମୀ ଡିସେମ୍ବର ଓ ଜାନୁଆରୀରେ ଶେଷ ହେବ ବୋଲି ସେ ସୂଚନା ଦେଇଥିଲେ ।

ସୋରଡ଼ା ବ୍ଳକରେ ପିପଳପଙ୍କା ଜଳସେଚନ ପ୍ରକଳ୍ପ କାମ ୧୦୩୦ କୋଟି ଟଙ୍କା ବ୍ୟୟରେ ଚାଲିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସଂପୃକ୍ତ ଅଞ୍ଚଳର ୬୧୩୫ ଏକର ଜମିକୁ ଜଳସେଚନ ସୁବିଧା ମିଳିବ । ଏହି ଅବସରରେ ସେ କେତେକ ନିର୍ମାଣାଧିନ ରାସ୍ତା କାମର ମଧ୍ୟ ସମୀକ୍ଷା କରିଥିଲେ । କଣ୍ଟେଇପଲ୍ଲି-ସୋରଡ଼ା ରାସ୍ତା ପ୍ରଶସ୍ତୀକରଣ କାମ ୨୬ କୋଟି ବ୍ୟୟରେ ଚାଲିଛି । ଏହି କାମ ଆଗାମୀ ଡିସେମ୍ବର ସୁଦ୍ଧା ଶେଷ ହେବ । ସେହିପରି ଆସିକା-ପୋଲସରା କାମ ୨୫ କୋଟି ବ୍ୟୟ ଅଟ୍ଟକଳରେ ଚାଲୁରହିଛି । ଆଗାମୀ ଜାନୁଆରୀ ସୁଦ୍ଧା ଏହି କାମ ସାରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି । ବୁଢ଼ାଆମ୍ବ-ବୁଗୁଡ଼ା ମଧ୍ୟରେ ୪୮ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧିନ ରାସ୍ତାର କାମ ଆଗାମୀ ଫେବୃଆରୀ ସୁଦ୍ଧା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାବ୍ୟତୀତ ଗଞ୍ଜାମ ଜିଲ୍ଲା ସୀମାନେ ବୁଢ଼ାଆମ୍ବ-ବୁଗୁଡ଼ା ମଧ୍ୟରେ ଚାଲିଥିବା ପିଡବ୍ଳୁଡି ରାସ୍ତାର ଟେଣ୍ଡର ଯଥାଶୀଘ୍ର ଶେଷ କରିବାକୁ ସେ ମଧ୍ୟ କହିଛନ୍ତି । ୩୧ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯିବ ।

ଭଞ୍ଜନଗର ଏନ୍‌ଏସି, ସୋରଡ଼ା ଏନ୍‌ଏସି, ବେଲଗୁଣ୍ଠା ଏନ୍‌ଏସି, ଆସ୍କା ଏନ୍‌ଏସି, ପୋଲସରା ଏନ୍‌ଏସି, ପୁରୁଷୋତ୍ତମପୁର ଏନ୍‌ଏସି ଓ ଖଲିକୋଟ ଏନ୍‌ଏସିରେ ୫୧ କୋଟି ଟଙ୍କା ବ୍ୟୟରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡ଼ିୟମ୍ କାମ ଚାଲି ରହିଛି । ଏହି ସବୁ ନିର୍ମାଣର ଅଗ୍ରଗତି ନେଇ ସେ ସମୀକ୍ଷା କରିବା ସହିତ ଆଗାମୀ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି ସୂଚନା ଦେଇଥିଲେ । ବାବନାପୁରଠାରେ ୪୦ କୋଟି ବ୍ୟୟରେ ଏସ୍‌ଡିଏଚ କୋଠା ନିର୍ମାଣ କାମ ଚାଲିଛି । ଆସ୍କାରେ ଟିପିସର ନାଳ କାମ ୨୩ କୋଟି ବ୍ୟୟରେ କରାଯାଉଛି । ଏହି ପ୍ରକଳ୍ପ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହି ଅବସରରେ ଶ୍ରୀ ପାଣ୍ଡିଆନ୍ ଭଞ୍ଜନଗର, ସୋରଡ଼ା, ଆସ୍କା, ପୋଲସରା ଓ ଖଲିକୋଟ୍‌ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଉପସ୍ଥିତ ଲୋକମାନଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ସହିତ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ଲୋକମାନେ ଯେଉଁସବୁ ଦରଖାସ୍ତ ଦେଇଛନ୍ତି ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ଶୁଭ ଖବର ଜଣାଇବେ ବୋଲି ସେ କହିଥିଲେ । ମିଶନ ଶକ୍ତି ମା’ମାନଙ୍କ ସହିତ ସେମାନଙ୍କ କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀ ସେମାନଙ୍କ ବିକାଶ ପାଇଁ ଋଣ ପ୍ରଦାନ କରୁଛନ୍ତି ଏବଂ ଏହି ଋଣରେ ସବୁ ମିଶନ ଶକ୍ତିଗୁଡ଼ିକର ବିକାଶ ହେବା ଆବଶ୍ୟକ ବୋଲି କହିଥିଲେ । ଏହି ଶ୍ରୀ ପାଣ୍ଡିଆନ୍‌ଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲ୍ କ୍ରିଷ୍ଣା, ଉତ୍ତରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ଜଗମୋହନ ମୀନା ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button