ରାଜ୍ୟ
ରେଲୱେ ଠିକା କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା ! – Ibnodisha

[ad_1]
ରାୟଗଡା: ଗୁଣପୁରରେ ଅଭାବନୀୟ ଘଟଣା ଘଟିଛି । ରେଲୱେ ଠିକା କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ଅଶୋକ ବରାଡ଼ ବୋଲି ଜଣାପଡିଛି । ବକେୟା ଟଙ୍କା ଆଦାୟକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ହୋଇଛି । ଅଶୋକଙ୍କ କହିବା ମୂତାବକ ଅଶୋକ ଗୁଣପୁର ରେଳ ଷ୍ଟେସନରେ କାମ କରୁଥିଲେ।
ଗତକାଲି ସନ୍ଧ୍ୟାରେ ଅଶୋକ ତାଙ୍କ ପୁଅକୁ ଫୋନ୍ କରି ଷ୍ଟେସନକୁ ଆସିବାକୁ କହିଥିଲେ। ଅଧଘଣ୍ଟା ପରେ ପୁର୍ନବାର ଫୋନ କରି ଗୁଣପୁର ଷ୍ଟେସନ ଆସିବାକୁ କହିଥିଲେ। ସେ ଜଣେ ବ୍ୟକ୍ତିଙ୍କ ଠାରୁ ୩୫ ହଜାର ଟଙ୍କା ବାକି ନେଇଛନ୍ତି । ତେଣୁ ବାକି ଟଙ୍କା ନେଇ ପହଞ୍ଚିବାକୁ କହିଥିଲେ । ମାତ୍ର ଗୁଣୁପୁରରେ ଅଶୋକଙ୍କୁ ମାରି ସେମାନେ ମେଡିକାଲରେ ପକାଇ ଦେଇଥିବା ପୁଅ ଅଭିଯୋଗ କରିଛି । ପୋଲିସ ଏହି ମାମଲାରେ ୩ଜଣଙ୍କୁ ଅଟକ ରଖି ପଚାରଉଚୁରା କରୁଥିବା ଜଣାପଡିଛି ।
[ad_2]