ରାଜ୍ୟ

ପୂରା ରାଜ୍ୟକୁ ସମ୍ପ୍ରସାରିତ ହେବ ଆଇଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ – Ibnodisha

[ad_1]

ଭୁବନେଶ୍ୱର : ପୂରା ରାଜ୍ୟକୁ ସଂପ୍ରସାରିତ ହେବ ସରକାରଙ୍କ ଆଇଟି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ନୂଆ ଓଡ଼ିଶା ଯୋଜନା ଅଧୀନରେ ଆରମ୍ଭ ହୋଇଥିବା ‘ଓଡ଼ିଶା ଫର୍‌ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫର ୟୁଥ୍‌‌’ ସମ୍ଭାବନାର ନୂଆ ଦିଗ୍‌ବଳୟକୁ ଉଜାଗର କରିଛି। କଟକ, ଭୁବନେଶ୍ୱର ଏବଂ ପୁରୀ ପରେ ସମଗ୍ର ରାଜ୍ୟରେ ଏହି ଯୋଜନାର ସୁଫଳ ପହଞ୍ଚିବ। ଏହି କାର୍ଯ୍ୟକ୍ରମ ଅଧୀନରେ ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ଅଗମେଣ୍ଟ ରିଆଲିଟି, ଭର୍ଚୁଆଲ ରିଆଲିଟି, କ୍ଲାଉଡ୍‌‌ କମ୍ପ୍ୟୁଟିଂ, ଡାଟା ସାଇନ୍ସ ଏବଂ ୩-ଡି ପ୍ରିଣ୍ଟିଂ ପ୍ରଶିକ୍ଷଣ ପାଠ୍ୟକ୍ରମ ଯୋଡ଼ି ହୋଇଛି। ଗତ ମେ’ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିନବ ଯୋଜନାର ଶୁଭାରମ୍ଭ କରିଥିବା ବେଳେ ପ୍ରଶିକ୍ଷଣ ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଇନ୍‌ଟେଲ୍‌ ଇଣ୍ଡିଆ ସହାୟତାରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି।

ସମ୍ପ୍ରତି ବିକଶିତ ଦେଶ ହେଉ ଅବା ବିକାଶଶୀଳ ଦେଶ, ସବୁଠି ଏଆଇର ପ୍ରଚଳନ ଆରମ୍ଭ ହେଲାଣି। ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ବିଧିବଦ୍ଧ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ଆଗକୁ ଏଆଇ ଆମର ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିବ। ତେବେ ସାଇବର୍‌ ସୁରକ୍ଷା ହେଉ ଅବା ଉପାଦେୟତା, ଏଆଇ ସମ୍ପର୍କରେ ଯଦି ଯୁବଗୋଷ୍ଠୀ ନ ଜାଣିବେ, ତାହେଲେ ସେମାନେ ପଛରେ ରହିଯିବେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଓଡ଼ିଶା ଯୋଜନା ଅଧୀନରେ ଓଡ଼ିଶା ଫର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଫର ୟୁଥ୍‌‌ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। କେବଳ ଯୁବକ ଯୁବତୀ କିମ୍ବା ଜନସାଧାରଣ ନୁହେଁ ବରଂ ସରକାରୀ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ପ୍ରଶିକ୍ଷଣ ବ୍ୟବସ୍ଥା ଉପଲବ୍ଧ କରାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button