ରାଜ୍ୟ

ଖଣି ଖନନ ନାଁରେ ଆଦିବାସୀ, ଦଳିତଙ୍କ ଉପରେ ସରକାରୀ ଦମନ ଲୀଳା ପ୍ରତିବାଦରେ ବିକ୍ଷୋଭ – Ibnodisha

[ad_1]

ଜୟପୁର: ଖଣି ଖନନ ଓ ବିକାଶ ନାଁ ରେ ଜଙ୍ଗଲ ସମ୍ପଦ ଯେଭଳି ଭାବେ ବିନଷ୍ଟ ହେଉଛି ତାର ପ୍ରଭାବ ପରିବେଶ ଓ ଜଳବାୟୁ ପରିବର୍ତ୍ତନରୁ ଜଣା ପଡୁଛି। ଖଣି ଖନନ ନାଁରେ ଆଦିବାସୀ, ଦଳିତଙ୍କ ଉପରେ ସରକାରୀ ଦମନ ଲୀଳା ଚଳାଇଛି। ସରକାର ଙ୍କ ଏହି ଆଦିବାସୀ ଦଳିତ ଦମନ ନିତୀ ବିରୁଦ୍ଧରେ ଅବିଭକ୍ତ କୋରାପୁଟ ଗଣ ଆନ୍ଦୋଳନ ଓ ଗଣ ସଂଗଠନ ସମନ୍ୱୟ ମଞ୍ଚ ପକ୍ଷରୁ ଦିଆଯାଇଥିବା ଆହ୍ୱାନ କୁ ସମର୍ଥନ କରି ଆଜି ବାମପନ୍ଥୀ ଦଳ ମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବିକ୍ଷୋଭରେ ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି, କୋରାପୁଟ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ରାଉଳ, ରାମକୃଷ୍ଣ ଦାସ, ସତ୍ୟବ୍ରତ ନନ୍ଦ,ନନ୍ଦ ହରିଜନ, ବଳଭଦ୍ର ମୋତି ପ୍ରମୁଖ ଭାଗ ନେଇଥିଲେ। ସୂଚନା ଅନୁଯାୟୀ, ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଦକ୍ଷିଣ ଓଡିଶାର ଅନେକ ଖଣି ଖାଦାନ ବିଭିନ୍ନ କଂପାନୀ, ଶିଳ୍ପପତିଓ  ପୁଞ୍ଜିପତି ମାନଙ୍କୁ ଟେକି ଦିଆଯାଉଛି। ସମସ୍ତ ଆଇନ୍ କାନୁନ୍‌ର ଖୁଲମ୍ ଖୁଲ୍ଲା ଉଲଂଘନ କରି ଦିଆଯାଉଛି । ଯେଉଁଠି ଜନସାଧାରଣ ବିରୋଧ କରୁଛନ୍ତି ସେଠି ପୋଲିସ ପ୍ରଶାସନ ଦମନ ଲୀଳା ଚଲାଉଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ପାହାଡ଼ ପର୍ବତ ଅଞ୍ଚଳ କୁ ଖଣି ଖନନ ପାଇଁ ବଡ଼ ବଡ଼ କମ୍ପାନୀ ମାନଙ୍କୁ ଦିଆଯାଇଛି। ସେଠି ଖଣି ଖନନ ବିରୁଦ୍ଧରେ ନିରୀହ ଆଦିବାସୀ ଦଳିତ ମାନଙ୍କ ସଭା କଲେ ପୋଲିସ ଜବରଦସ୍ତି ଉଠେଇ ନେଉଛି  ବୋଲି ଏମାନେ ଅଭିଯୋଗ କରିଥିଲେ। । ମାଲକାନଗିରି ଜିଲ୍ଲାର ବଣ୍ଡା ଆଦିମ ଜନଜାତି ଅଧ୍ୟୁଷିତ ଖଇରପୁଟ ବ୍ଳକରେ ଗ୍ରାନାଇଟ୍ ମାଇନିଙ୍ଗ୍ ପାଇଁ ପଲ୍ଲୀ ସଭା କରି ଜଙ୍ଗଲ ଅଞ୍ଚଳ ଲିଜ୍ ଦେବାପାଇଁ  ସରକାର ଘୋଷଣାକରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଏମାନେ ପ୍ରଶ୍ନ କରିଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button