IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସବୁ ଝିଅଙ୍କୁ ନିଶ୍ଚୟ ଜଣା ଥିବା ଦରକାର ସୁରକ୍ଷାର ଏହି 7 ଟି ନିୟମ- Safety Tips For Girls

ଆପଣ ମାନେ ସବୁଦିନ ଶୁଣୁଥିବେ କି କୌଣସି ମହିଳାଙ୍କ ଉପରେ ଅତ୍ୟାଚାର ହେବାର । ଆଜି କାଲି ଏହା ଏକ ନିତିଦିନିଆ ଘଟଣା ହୋଇଯାଇଛି । ଆପଣ ଯେତେବେଳେ ସଜାଲୁ ଉଠି ଖବର କାଗଜ ପଢିବେ ସେଥିରେ କୌଣସି ଏକ ପୃଷ୍ଠାରେ ନିଶ୍ଚିତ ପଢିବାକୁ ପାଇବେ କୌଣସି ମହିଳା ଉପରେ ଅତ୍ୟାଚାର ବା ଅସାଦାଚାର ହୋଇଥିବାର । ନେସନାଲ କ୍ରାଇମ ରିପୋର୍ଟ ଅନୁସାରେ ବିଗତ କିଛି ବର୍ଷ ହେଲା ମହିଳାଙ୍କ ଉପରେ ଅତ୍ୟାଚାର ହେବାର ଘଟଣା ବଢି ବଢି ଚାଲିଛି । ଏହା ଏକ ବହୁତ ଚିନ୍ତାଜନକ ବିଷୟ ଅଟେ । ଆଜି ଆମେ ଏହି ଭାବରେ ମହିଳାମାନଙ୍କ ଅତ୍ୟାଚାରରୁ ରକ୍ଷା ପାଇବାର କିଛି ନିୟମ ବିଷୟରେ ଜଣାଇବୁ । ଆପଣ କଣ କରିବେ।

୧ –  ଯଦି ରାତିରେ ଏକା କୌଣସି ଅଟୋ ବା ଟ୍ୟାକ୍ସି ରେ ଯାଉଛନ୍ତି ତେବେ ପ୍ରଥମେ ସେହି ଗାଡିର ନମ୍ବର ନୋଟ କରିଦିଅନ୍ତୁ । ଦ୍ଵିତୀୟରେ ଆପଣଙ୍କ ପରିବାର ବା କୌଣସି ମିତ୍ରକୁ ଗାଡି ନମ୍ବର ବା ଯିବା ଆସିବା ରାସ୍ତା ବିଷୟରେ ବିବରଣୀ ଦିଅନ୍ତୁ । ଯଦି ଆପଣଙ୍କ ଫୋନ ବନ୍ଦ  ହୋଇଯାଇଛି ତେବେ ବି ଆପଣ ଗାଡିର ଲୋକେସନ ବା ସମ୍ପୂର୍ଣ୍ଣ ବିବରଣୀ ବିଷୟରେ ଫୋନରେ କୁହନ୍ତୁ ଯାହାଫଳରେ କି ଗାଡି ଚାଳକ  ଆପଣଙ୍କ ପ୍ରତି ଭୟ ରହିବ ।

୨ – ଯଦି ଗାଡି ଚାଳକ ଠିକ ରାସ୍ତାରେ ନନେଇ ଅନ୍ୟ ରାସ୍ତାରେ ଆପଙ୍କୁ ନେବାକୁ ଚେଷ୍ଟା କରି ତେବେ ଆପଣ ଆପଣଙ୍କ ପାର୍ଶ୍ୱ କିମ୍ବା ଓଢଣୀକୁ ତା ବେକରେ ଗୁଡ଼ାଇ ଜୋରକରି ଟାଣି ଧରନ୍ତୁ ଯାହାଫଳରେ କି ତାକୁ ଗାଡି ଚଳେଇବାରେ ସମସ୍ୟା ହେବ । ଏହା ପରେ ଜୋରରେ ପାଟି କରି ଅନ୍ୟ ମାନଙ୍କୁ ଡାକନ୍ତୁ ଯାହାଫଳରେ କି ଗାଡି ଚାଳକ ଆପଣଙ୍କୁ ଛାଡି ଦେବ ।

୩ – ରାତିରେ ଯଦି କେହି ଆପଣଙ୍କ ପିଛା କରୁଛି ତେବେ ଆପଣ ପାଖରେ ଥିବା କୌଣସି ଦୋକାନ କିମ୍ବା କାହାର ଘରକୁ ଚାଲିଯାଇ ସାହାଯ୍ୟ ମାଗନ୍ତୁ । ନଚେତ ପାଖରେ ଥିବା କୌଣସି ଏଟିମକୁ ଚାଲି ଯାଆନ୍ତୁ କାହିଁକି ନା ଏଟିମରେ ଜଗୁଆଳି କିମ୍ବା କ୍ୟାମେରା ଲାଗିଥିବା କାରଣରୁ ପିଛା କରୁଥିବା ବ୍ୟକ୍ତି ଧରାପଡିଯିବା ଭୟରେ ସେଠାରୁ ଚାଲିଯିବ ।

୪ – ଆପଣ ଯଦି ରାତିରେ କୌଣସି ଲିଫ୍ଟରେ କୌଣସି ଅଜଣା ବ୍ୟକ୍ତି ସହ ଯାଉଛନ୍ତି ତେବେ ଆପଣ ଯାଉଥିବା ଫ୍ଲୋର ପୂର୍ବରୁ ପଡୁଥିବା ସବୁ ଫ୍ଲୋର ସ୍ୱିଚ ଚିପି ଦିଅନ୍ତୁ ଯାହାଫଳରେ କି ଲିଫ୍ଟ ସବୁ ଫ୍ଲୋରରେ ରହି ରହି ଖୋଲିଯିବ ଏହାଫଳରେ ଆପଣଙ୍କ ଉପରେ କେହି ଆକ୍ରମଣ କରିପାରିବେ ନାହିଁ  ।

୫ – ଆପଣ ଘରେ ଏକା ଥିବା ବେଳେ ଯଦି କୌଣସି ବ୍ୟକ୍ତି ଆପଣଙ୍କ ଉପରକୁ ଆକ୍ରମଣ ଜରୁଛି ତେବେ ଆପଣ ସିଧା ରୋଷେଇ ଘରକୁ ଦଉଡି ଯାଆନ୍ତୁ କାହିଁକିନା ରୋଷେଇ ଘରେ ଆପଣଙ୍କୁ ବେଲଣା ବାଡ଼ି ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ଓ ଛୁରୀ ଦ୍ୱାରା ଆପଣ ଆକ୍ରମଣ କାରୀକୁ ଏହାଦ୍ୱାରା ଭୟ ଦେଖାଇ ପାରିବେ ନଚେତ ବାସନ କୁସନ ଫୋପାଡ଼ି ଶବ୍ଦ କରି ବା ପାଟି କରି ତାକୁ ଡରାଇ ଆପଣ ସୁରକ୍ଷିତ ରହି ପାରିବେ ।

୬ – ବସ ବା ଟ୍ରେନରେ ଗଲା ବେଳେ ନିର୍ଧାରିତ ସିଟରେ ବସନ୍ତୁ ବା ଝରକା ପାଖ ସିଟରେ ନ ବସି ସାଇଡ ସିଟରେ ବସନ୍ତୁ ଯାହାଫଳରେ କି କୌଣସି ସମସ୍ୟା ଆସିଲେ ସେଠାରୁ ଶୀଘ୍ର ବାହାରି ପାରିବେ ।

୭ – ଆପଣଙ୍କ ଫୋନଙ୍କୁ ଯାଇ କୌଣସି ଅଶ୍ଳୀଳ ମେସେଜ ବା କଲ ଆସୁଛି ତେବେ ଆପଣ ଫୋନକୁ ହୋଲଡ଼ କରିଦିଅନ୍ତୁ । ନଚେତ କାଳର ଡିଟେଲସ ନୋଟ କରି ପୋଲସକୁ ଖବର ଦିଅନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button