ରାଜ୍ୟ

Krishna Vani- ଭଗବାନଙ୍କୁ କଣ ମାଗିବା ଉଚିତ ? ନିଶ୍ଚୟ ଜାଣି ରଖନ୍ତୁ

କିଛି ମଣିଷ ନିଜ ପାଖରେ ଯାହା ଅଛି ସେଥିରେ ସେ କେବେବି ଖୁସି ହୋଇ ପାରି ନଥାଏ । ଯଦି ସେ ଚାହିଁବ ତ ଅଳ୍ପ କିଛି ଜିନିଷରେ ନିଜକୁ ସନ୍ତୁଷ୍ଟ କରି ପାରିବ ମାତ୍ର ମାନବ କେବଳ ମାଗିବା ଜାଣିଛି । ଏହା ଛଡା ଯେତେବେଳେ ଆମ ଜୀବନରେ ଟିକେବି ଦୁଃଖ ଆସିଥାଏ ତା ପାଇଁ ସବୁବେଳେ ଈଶ୍ଵରଙ୍କୁ ହିଁ ଦାଇ କରିଥାଏ ।

କିଛି ଲୋକମାନେ ନିଜ ଖୁସିରେ ଟିକେ ବାଧା ଆସିଲେ ସେ ସ୍ଵାର୍ଥ ପର ଭଳି ନିଜକୁ ଭଗବାନଙ୍କ ପାଖରେ ସମର୍ପିତ କରି ଦିଏ ଓ ସେହି ଜିନିଷ ପାଇଁ କାମନା କରି ଥାଏ ଯାହା ତାକୁ ଦରକାର । ମଣିଷ ଏତିକି ବି ପ୍ରୟାଶ କରି ନଥାଏ କି ଯଦି ସେ ନିଜ ଆଖ ପାଖରେ ଥିବା ଜିନିଷ କିମ୍ବା ପରିସ୍ଥିତି କୁ ଦେଖିବ ସେ ନିଜେ ଚାହିଁଲେ ନିଜର ସମସ୍ୟାର ସମାଧାନ କରିପାରିବ।

ଏହା ପାଇଁ ଆମେ ଭଗବାନ ଙ୍କୁ କଷ୍ଟ ଦେବା ଅନୁଚିତ ଅଟେ । ଭଗବାନ ବେଳେ ବେଳେ ଆମର ପରୀକ୍ଷା ନେବା ପାଇଁ ମଧ୍ୟ ନିଜେ ଆମ ଜୀବନରେ କଷ୍ଟ ଦେଇଥାନ୍ତି । ଯେଉଁ ମାନେ ନିଜକୁ ସମ୍ଭାଳି ଏହି କାଶତ୍ରୁ ଉପରକୁ ଯାଇଥାନ୍ତି ସେମାନେ ଖୁବ ଭଲରେ ରହିଥାନ୍ତି । ଯେଉଁ ମାନେ ଚେଷ୍ଟା ନ କରି କେବଳ ଭଗବାନଙ୍କ ପାଖରେ ହାତ ଯୋଡି ଠିଆ ହୋଇ ଥାନ୍ତି ସେମାନେ କେବେହେଲେ ଖୁସି ହୋଇ ପାରନ୍ତିନୀ ଓ ତାଙ୍କୁ ଲାଗେ ଭଗବାନ କେବଳ ଆମକୁ ହିଁ କଷ୍ଟ ଦେଉଛନ୍ତି ।

ଏହା ନୁହେଁ ଭଗବାନ ସବୁଙ୍କ ଉପରେ ନିଜର କୃପା ଦ୍ରୁଷ୍ଟି ରଖିଛନ୍ତି । ଆମେ ଆଜି ଆପଣଙ୍କୁ ଏହା ଉପରେ ଏକ କାହାଣୀ କହିବା ପାଇଁ ଯାଉଛୁ । ମହାରାଷ୍ଟ୍ର ରେ ଏକ ତେଜସ୍ବୀ ସନ୍ୟାଶି ଥିଲେ ତାଙ୍କ ନାମ ହେଉଛି ସମର୍ତ୍ତ ରାମ ଦାସ ସ୍ଵାମୀ । ସେ ନିଜ ଶିଷ୍ୟ ମାନଙ୍କୁ ଶକ୍ତି ସହ ଭକ୍ତିର ଜ୍ଞାନ ମଧ୍ୟ ଦେଉଥିଲେ । ଦିନେ ସେ ନିଜ ଶିଷ୍ୟଙ୍କ ସହ ଆଲୋଚନା କରୁଥିଲେ କି ଆମେ ଭଗବାନ ଙ୍କୁ କଣ ମାଗିବା କଥା ।

ଏହାର କାରଣ ତାଙ୍କର ଏକ ଶିଷ୍ୟ ତାଙ୍କୁ କହିଥିଲା କି ଆପଣ ଯେତେବେଳେ ଭଗବାନ ଏନକେ ନାମ ନେଉଛନ୍ତି ସେତେବେଳେ ଆପଣଙ୍କ ଚେହେରାରେ ଏତେ ଶାନ୍ତି କିଭଳି ଆସିଥାଏ । ଆମେ ଯେତେବେଳେ ଭଗବାନ ଙ୍କ ନାମ ନେଉଛୁ ଆମ ମନରେ ଖୁବ କିଛି ଚାଲିଥାଏ ମନର କଷ୍ଟ ମନରେ ଥିବା ଶଙ୍କା ସବୁକିଛି ଅନୁଭବ ହୁଏ। ଏହାର ଉତ୍ତରରେ ସ୍ଵାମୀ କହିଲେ କି ଦିନେ ସେ ଯାଉଥିବା ସମୟରେ ଏକ ଭିକାରି ରାଜାଙ୍କ ଦୁଆର ଆଗରେ ଠିଆ ହୋଇଥିଲା ।

ରାଜା ଏହା ଦେଖି ପଚାରିଲେ କି ତାକୁ କଣ ଦରକାର । ତାକୁ ଦେଖିଲେ ଲାଗୁଥିଲା ସେ କିଛି କ୍ଷଣରେ ତଳେ ପଡି ଜୀବ ଏତେ ଦୁର୍ବଳ ଥିଲା ଓ ତାର ଲୁଗା ମଧ୍ୟ ଛୋଟ ଓ ଛିଣ୍ଡା ଥିଲା । ଭିକାରି କହିଲା ଆପଣ ଯଦି ମୋ ଅବସ୍ଥା ଦେଖିକି ଜାଣି ପାରୁ ନାହାନ୍ତି ମତେ କଣ ଦରକାର ତାହେଲେ ମୁ କଣ କହିବି ।

ଠିକ ସେଭଳି ଭଗବାନଙ୍କ ପାଖେ ଶବ୍ଦର କିଛି ଆବାସିକ ନାହିଁ ସେ ଦେଖିକି ଆମକୁ ଜାଣି ଅପରିବେ ଆମକୁ କଣ ଆବଶ୍ୟକ ଅଟେ । ଆମେ ଖାଲି  ତାଙ୍କୁ ନ୍ନିଜ ଇଛା ପୁରତି ପାଇଁ ସାହାଶ, ଆନ୍ତରିକତା, ଓ ପରିଶ୍ରମ କରିବା ପାଇଁ ଶକ୍ତି ମାଗିବା ଉଚ୍ଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button