ରାଜ୍ୟ

ବଡ଼ମ୍ବାର ନିଖୋଜ ବ୍ୟାଙ୍କ ମ୍ୟାନେଜର୍‌ ଗିରିସୋଲାରୁ ଉଦ୍ଧାର – Ibnodisha

[ad_1]

ବ୍ରହ୍ମପୁର: କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ଏକ ଘରୋଇ ବ୍ୟାଙ୍କ୍‌ର ମ୍ୟାନେଜର୍‌ ତପନ କୁମାର ସାହୁ ଦୁଇଦିନ ଧରି ନିଖୋଜ ରହିଥିଲେ। ଆଜି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପୁଲିସ ତାଙ୍କୁ ଗିରିସୋଲା ନିକଟରୁ ଉଦ୍ଧାର କରିଛି। । ବର୍ତ୍ତମାନ ସେ ଗୋଳନ୍ଥରା ଥାନା ହେପାଜତରେ ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ। ସୂଚନା ଅନୁସାରେ ତପନ ବ୍ରହ୍ମପୁରରେ ଥିବା ତାଙ୍କ ଶ୍ବଶୁରଘରକୁ ଆସିଥିଲେ। ଗତ ସୋମବାର ଦିନ ସେ ବ୍ରହ୍ମପୁରରୁ ବଡ଼ମ୍ବା ଅଭିମୁଖେ ବାଇକ୍‌ରେ ବାହାରିଥିଲେ। ବାଙ୍କୀରେ ପହଞ୍ଚି ସେ ତାଙ୍କର ବ୍ୟାଙ୍କ କର୍ମଚାରୀଙ୍କୁ ଫୋନ୍‌ କରି ବ୍ୟାଙ୍କରେ ବିଳମ୍ବରେ ପହଞ୍ଚିବେ ବୋଲି କହିଥିଲେ। କିନ୍ତୁ ରାସ୍ତାରେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କର ମୋବାଇଲ୍‌ ସ୍ବିଚ୍‌ ଅଫ୍‌ ରହିଥିବା ବେଳେ ତାଙ୍କର ପତ୍ତା ମିଳି ନଥିଲା। ଏଣୁ ପରିବାରବର୍ଗ କଟକ ବୈଦେଶ୍ବର ଥାନାରେ ଏତଲା ଦେଇଥିଲେ। ପୁଲିସ ତାଙ୍କର ମୋବାଇଲ୍‌ ନମ୍ବର ଟ୍ରାକ୍‌ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ତପନ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଗିରିସୋଲା ଅଭିମୁଖେ ଯାଉଥିବା ବେଳେ ଗୋଳନ୍ଥରା ପୁଲିସ ତାଙ୍କୁ ଉଦ୍ଧାର କରିଛି। ତେବେ ସେ କାହିଁକି ଓ କେଉଁଆଡ଼େ ଯାଉଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ଅଧିକ ତଦନ୍ତ କରିବା ପାଇଁ ବୈଦେଶ୍ବର ପୁଲିସ ଗୋଳନ୍ଥରା ଥାନାକୁ ଆସୁଥିବା ଜଣାପଡ଼ିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button