ରାଜ୍ୟ

ଦୁର୍ବୁତଙ୍କ ଆକ୍ରମଣରେ ଜେଲ ଫେରନ୍ତାଙ୍କ ଶୋଚନୀୟ ମୃତ୍ୟୁ – Ibnodisha

[ad_1]

କାମାକ୍ଷାନଗର : କାମାକ୍ଷାନଗର ସହରର ଆଳତୁମା ନିକଟରେ ବୁଧବାର ବିଳମ୍ବିତ ରାତିରେ ଦୁର୍ବୁତଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଗୁରୁବାର ପୂର୍ବାହ୍ନରେ ଜଣାପଡିଛି। ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓ କାଟେଣୀ ଗ୍ରାମର ନିରଞ୍ଜନ ସାହୁ (୪୪) କାମାକ୍ଷାନଗର ସହର ସନ୍ନିକଟ ଜିରୀଡମାଳି ଅଞ୍ଚଳରେ ରହି ଆସୁଥିଲେ ।

ସେ ବରୁଆଁ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ବେଳେ କିଛି ଦିନ ତଳେ ଜାମିନରେ ଆସିଥିଲେ ।  ଗତ କାଲି ରାତିରେ କେହି ଦୁର୍ବୁତ ନିରଞ୍ଜନଙ୍କୁ ଆଲତୁମା ନିକଟରେ ଗୁଳି କରି ହତ୍ୟା କରିଥିବାର ଗୁରୁବାର ପୂର୍ବାହ୍ନରେ ପ୍ରଚାର ହୋଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button