ଦେଶ

ଅର୍ଦ୍ଧନଗ୍ନ ହୋଇ ରକ୍ତାକ୍ତ ଅବସ୍ଥାରେ ବୁଲିବୁଲି ସାହାଯ୍ୟ ମାଗୁଥିଲେ ନାବାଳିକା – Ibnodisha

[ad_1]

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଉଜ୍ଜୈନରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଥିଲା। ଏହି ଲୋମଟାଙ୍କୁରା ଘଟଣାର ଦୃଶ୍ୟ ସିସିଟିଭିରେ ବି କୈଦ ହୋଇଥିଲା।  ସିସିଟିଭିରେ କୈଦ ହୋଇଥିବା ୧ ମିନିଟ ୭ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳିଥିଲା କି, ୧୨ବର୍ଷର ଜଣେ ବାଳିକା ରକ୍ତାକ୍ତ ଅବସ୍ଥାରେ ଅର୍ଦ୍ଧନଗ୍ନ ହୋଇ ରାସ୍ତାରେ ଏଣେ‌‌ତେଣେ ବୁଲିବୁଲି ଲୋକଙ୍କୁ ସାହାଯ୍ୟ ମାଗୁଥିଲେ।

ଏହି ଘଟଣାକୁ ନେଇ ସ୍ଥାନୀୟ ଏସ୍‌ପି ସଚିନ ଶର୍ମା କହିଛନ୍ତି, ଉଦ୍ଧାର ହୋଇଥିବା ୧୨ ବର୍ଷୀୟ ଦୁଷ୍କର୍ମ-ପୀଡ଼ିତାର ଚିକିତ୍ସା ବିଶେଷଜ୍ଞ ଡାକ୍ତର ଆରମ୍ଭ କରି ଦେଇଛନ୍ତି। ସେମାନେ ଝିଅଟିର ଶରୀରରେ ଅସ୍ତ୍ରୋପଚାର କରିଛନ୍ତି। ତା’ର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲେ ବି ସ୍ଥିର ରହିଛି ବୋଲି ସେମାନେ କହିଛନ୍ତି।  ଏହି ଦୁଷ୍କର୍ମ ଘଟଣାରେ ପୁଲିସ ଜଣେ ଅଟୋ ଚାଳକଙ୍କୁ ଗିରଫ କରିବା ସହିତ ଆଉ ୩ଜଣଙ୍କୁ ଅଟକ ରଖିଛି।

ତେବେ ଏଭଳି ଲୋମଟାଙ୍କୁରା ଦୃଶ୍ୟ ‌ଦେଖିଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ‘ସକାଳ ୫.୩୦ରେ କାମ ଥିବାରୁ ମୁଁ ଉଠି ପଡ଼ିଥିଲା। ଆଉ ଘରର ଦ୍ବାର ଖୋଲିଲା ବେଳକୁ ଜଣେ ନାବାଳିକା ଅର୍ଦ୍ଧନଗ୍ନ ହୋଇ ରକ୍ତାକ୍ତ ଅବସ୍ଥାରେ ଛିଡ଼ା ହୋଇଥିବା ମୁଁ ଦେଖିବାକୁ ପାଇଥିଲି। ଭୟଭୀତ ହୋଇ ନାବାଳିକାଙ୍କୁ କିଛି ନକହି ସ୍ତ୍ରୀଙ୍କୁ ଉଠାଇବାକୁ ଘର ଭିତରକୁ ଚାଲି ଯାଇଥିଲି। ସ୍ତ୍ରୀ ଓ ମୁଁ ଘରୁ ବାହାରକୁ ଆସିଲା  ଭିତରେ ନାବାଳିକା କେଉଁଆଡେ ଉ‌ଭେଇ ଯାଇଥିଲେ। ମୁଁ ସେଠାରେ ତାଙ୍କୁ ବହୁତ ଖୋଖୋଜି ପରେ ତାଙ୍କର କୌଣସି ସୂଚନା ପାଇ ପାରି ନଥିଲି।

ସେହିପରି ଆଉ ଜଣେ ପ୍ରତ୍ୟେକ୍ଷଦର୍ଶୀ ହେଉଛନ୍ତି ଆଶ୍ରମର ଆଚାର୍ଯ୍ୟ। ଆଚାର୍ଯ୍ୟ କହିଛନ୍ତି, ଆଶ୍ରମ ନିକଟ ଦେଇ ଜଣେ ନାବାଳିକା ଅର୍ଦ୍ଧନଗ୍ନ ହୋଇ ରକ୍ତାକ୍ତ ଅବସ୍ଥାରେ ପାଦରେ ଚାଲିଚାଲି ଆସୁଥିବା ଦେଖିବାକୁ ପାଇଥିଲି। ଏହାପରେ ମୁଁ ମୋର ସାର୍ଟ ବ‌ାହାର କରି ଉକ୍ତ ନାବାଳିକାଙ୍କୁ ଶରୀର ଢ଼ାଙ୍କିବା ପାଇଁ ଦେଇଥିଲି। ଆଉ କ’ଣ ହୋଇଛି ବୋଲି ପଚାରି ଥିଲି। ପାଖାପାଖି ୧୦-୧୫ ସମୟ ଅପେକ୍ଷା କରିବା ପରେ ମୁଁ ନାବାଳିକାଙ୍କ ଠାରୁ କୌଣସି ଉତ୍ତର ନପାଇବାରୁ ପୁଲିସକୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲି।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button