ଦେଶ

ଦାମ୍ ନପଚାରି ପାସ୍ତା ଅର୍ଡର କଲେ ୨ଭଉଣୀ, ବିଲ୍ ଆସିବା ପରେ ଉଡିଲା ‌ହୋସ୍ – Ibnodisha

[ad_1]

ନୂଆଦିଲ୍ଲୀ: ଦାମ୍ ନପଚାରି ପାସ୍ତା ଅର୍ଡର କଲେ ୨ଭଉଣୀ। ବିଲ୍ ଆସିବା ପରେ ଉଡିଲା ‌ହୋସ୍। ଗୋଟିଏ ଥାଳି ପାସ୍ତା ଖାଇବା ପାଇଁ ଆପଣ କେତେ ଟଙ୍କା ଦେବେ? ୫୦, ୧୦୦ କିମ୍ବା ୫୦୦। ଆମେରିକାର ଯାଆଁଳା ଭଉଣୀମାନେ ମଧ୍ୟ ଏହା ଭାବିଥିଲେ। ପାସ୍ତା ସବୁଠୁ ଶସ୍ତା ହେବ ଏବଂ ୫୦୦ଟଙ୍କା ଭିତରେ ମିଳିଯିବ। କିନ୍ତୁ ଯେତେବେଳେ ବିଲ୍ ଆସିଲା, ସେତେବେଳେ ପାସ୍ତାର ଦାମ୍ ଦେଖି ଦୁହିଁଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଫ୍ରାନ୍ସ ଗସ୍ତରେ ଯାଇଥିବା ବେଳେ ୨ଭଉଣୀଙ୍କ ସହ ଏହି ଘଟଣା ଘଟିଛି। ଏହା ବିଷୟରେ ଦୁହେଁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏବେ ତାହା ଭାଇରାଲ ହୋଇଛି।

ମିଳିଥିବା ସୂଚନା ମୁତାବକ, ଟ୍ରାଭେଲ ଇନଫ୍ଲୁଏନସର କୈସିଡି ଏବଂ ଲିଆ ଯାଆଁଳା ଭଉଣୀ। ଉଭୟ ଫ୍ରାନ୍ସ ପରିଦର୍ଶନ କରିବାକୁ ଯାଇଥିବା ବେଳେ ରବିବାର ଦିନ, ଉଭୟ ଟିକଟକରେ ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ଦୁହେଁ ଜଣାଇଥିଲେ ଯେ, ଫ୍ରାନ୍ସରେ ନିଜ ସାଙ୍ଗମାନଙ୍କ ସହିତ ସେମାନେ ଏକ ରେସ୍ତୋରାଁରେ ପହଞ୍ଚିଥିଲେ। ପେଟ ଭରିବା ପାଇଁ ସେମାନେ ଗୋଟିଏ ବଡ଼ ପ୍ଲେଟ ପାସ୍ତା ଅର୍ଡର କରିଥିଲେ। ଯୋଜନା ଥିଲା ଯେ, ସମସ୍ତେ ଗୋଟିଏ ପ୍ଲେଟରୁ ସେୟାର କରି ଖାଇବେ, ଯାହା ସେମାନଙ୍କୁ ଶସ୍ତା ପଡ଼ିବ। ସେଥିପାଇଁ ସେମାନେ ଲବଷ୍ଟର ପାସ୍ତା ଅର୍ଡର କରିଥିଲେ। ପାସ୍ତା ଦିଆଯିବା ସହିତ ବିଲ୍ ବି ଆସିଥିଲା। ବିଲରେ ପାସ୍ତାର ଦାମ୍ ୪୪ହଜାର ଲେଖାଥିଲା। ଭୁଲରେ ଏତେ ଟଙ୍କା ଲେଖାଯାଇଥିବା ଭାବି କୈସିଡି ୱେଟରଙ୍କୁ ବିଲ୍ ଚେକ୍ କରିବାକୁ କହିଥିଲେ। ହେଲେ ପ୍ରକୃତରେ ପାସ୍ତାର ଦାମ୍ ସେତିକି ଟଙ୍କା ବୋଲି ଜଣାପଡ଼ିଥିଲା। ଏହା ପରେ ବାଧ୍ୟ ହୋଇ ସେମାନଙ୍କୁ ୪୪ହଜାର ଟଙ୍କା ଦେବାକୁ ପଡ଼ିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button