ମନୋରଞ୍ଜନ

ଅକ୍‌ଟୋବର ୭ରେ ପରଦାକୁ ଆସିବ ‘ମାଇଣ୍ଡ୍ ଗେମ୍’ – Ibnodisha

[ad_1]

ଓଡ଼ିଶାରେ ଘଟିଥିବା ଏକ ଚାଞ୍ଚଲ୍ୟକର ପାର୍ସଲ ବୋମା ବିସ୍ଫୋରଣ ଘଟଣା ଆଜିଯାଏ ଲୋକଙ୍କ ମନରେ ରହିଛି। ରାଜ୍ୟ ସହିତ ସାରା ଦେଶରେ ଚର୍ଚ୍ଚିତ ସେହି ଘଟଣା ଉପରେ ଆଧାରିତ ଫିଲ୍ମ ତିଆରି କରିଛନ୍ତି ପ୍ରଯୋଜକ ଶ୍ରୀଧର ମାର୍ଥା, ଯାହାର ଶୀର୍ଷକ ରହିଛି ‘ମାଇଣ୍ଡ ଗେମ୍‌’। ଦୀର୍ଘ ୫ ବର୍ଷ ପୂର୍ବରୁ ଏ ପ୍ରୟାସ ଆରମ୍ଭ ହୋଇଥିଲେ ହେଁ ବିଭିନ୍ନ କାରଣରୁ ଫିଲ୍ମଟି ବଡ଼ ପରଦା ଉପରକୁ ଆସିପାରୁ ନ ଥିଲା। ତେବେ ଖୁବ୍‌ ଶୀଘ୍ର ଦର୍ଶକଙ୍କର ଅପେକ୍ଷା ଶେଷ ହେବ ବୋଲି ସୂଚନା ମିଳିଛି। ‘ମାଇଣ୍ଡ ଗେମ୍‌’  ଅକ୍‌ଟୋବର ୭ ତାରିଖରେ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରା ଯାଇଛି।

ଏକାବେଳେ ଓଡ଼ିଆ, ତେଲୁଗୁ, ହିନ୍ଦୀ ଓ ସମ୍ବଲପୁରୀ ଭାଷାରେ ରିଲିଜ୍ ହେବାକୁ ଯାଉଥିବା ‘ମାଇଣ୍ଡ୍‌ ଗେମ୍’ରେ ମୁଖ୍ୟ ଚରିତ୍ରରେ ମନୋଜ ମିଶ୍ର ଅଭିନୟ କରିଛନ୍ତି। ଏହି ବ୍ୟୟବହୁଳ ଫିଲ୍ମରେ ତାଙ୍କ ସହିତ ଟଲିଉଡ୍‌ ତଥା ବଲିଉଡ୍‌ର ୩ ଜଣ ପରିଚିତ ଅଭିନେତା ଅତୁଲ କୁଲକର୍ଣ୍ଣି, ଯଶପାଲ ଶର୍ମା ଓ ତନକିଲ୍ଲା ଭର୍ଣ୍ଣି ମଧ୍ୟ ଅଭିନୟ କରିଛନ୍ତି। ସେମାନଙ୍କ ସହିତ ଆହୁରି ଅଛନ୍ତି ଅନୁ ଚୌଧୁରୀ, ଚିନ୍ମୟ ମିଶ୍ର ଓ ଅପ୍‌ସରା ରାଣୀ ପ୍ରମୁଖ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଜାତୀୟ ପୁରସ୍କାରପ୍ରାପ୍ତ ତେଲୁଗୁ ନିର୍ଦ୍ଦେଶକ ରାଜେଶ ଟଚରିଭର। ଉାଲ୍ଲଖନୀୟ ଯେ କିଛି ମାସ ତଳେ ‘ମାଇଣ୍ଡ୍‌ ଗେମ୍’ର ଟ୍ରେଲର ରିଲିଜ୍ ହୋଇ ଦର୍ଶକଙ୍କ ଭିତରେ ବେଶ୍‌ ଉତ୍କଣ୍ଠା ସୃଷ୍ଟି କରିଥିଲା।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ସଲବୋମା ଘଟଣାରୁ ପ୍ରେରଣା ପାଇ ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା କୁହାଯାଇଛି। ବିଭିନ୍ନ ମାମଲା ଓ ସମସ୍ୟା କାରଣରୁ ଫିଲ୍ମଟି ୫ ବର୍ଷ ପରେ ମୁକ୍ତିଲାଭ କରିବାକୁ ଯାଉଛି। କିଛି ମାସ ତଳେ ଫିଲ୍ମର ଟିଜର୍‌ ରିଲିଜ୍‌ ହୋଇଥିବା ବେଳେ ଦର୍ଶକଙ୍କ ଭଲପାଇବା ଦେଖିବାକୁ ମିଳିଛି। ବି‌ଶେଷ ଭାବେ ସମ୍ବଲପୁରୀ ଭାଷାରେ ଏହାକୁ ମୁକ୍ତିଲାଭ କରାଇବା ଦ୍ବାରା ଆଗାମୀ ଦିନରେ ସମ୍ବଲପୁରୀ ଭାଷାରେ ଏଭଳି ଉଚ୍ଚମାନର ଚଳଚ୍ଚିତ୍ର ତିଆରି କରିବାକୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଆଗଭର ହେବେ ବୋଲି ଅଭିନେତା ମନୋଜ ମିଶ୍ର କହିଛନ୍ତି। ଫିଲ୍ମଟି ୪ଟି ଭାଷାରେ ମୁକ୍ତିଲାଭ କରୁଥିବା ବେଳେ ଭଲ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button