ମନୋରଞ୍ଜନ

‘ପୁଷ୍ପା-୨’ର ଅପଡେଟ୍‌ ସେୟାର କରି ଅଲ୍ଲୁ ଅର୍ଜୁନ କହିଲେ- ‘ଏବେ ହଲିଉଡ୍ ଯିବାର ସମୟ ଆସିଛି…’ – Ibnodisha

[ad_1]

ମୁମ୍ବାଇ: ଜାତୀୟ ପୁରସ୍କାର ଜିତିବାରେ ପ୍ରଥମ ତେଲୁଗୁ ଅଭିନେତା ହେବା ପରେ ଅଲ୍ଲୁ ଅର୍ଜୁନ ବର୍ତ୍ତମାନ ପ୍ରଶଂସା ଏବଂ ଭଲପାଇବା ସାଉଁଟୁଛନ୍ତି। ଅଭିନେତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା-୨’ର ମୁକ୍ତିଲାଭକୁ ଅପେକ୍ଷା କରିଥିବା ବେଳେ ସେ ଚଳଚ୍ଚିତ୍ର ବିଷୟରେ ରୋଚକ ବିବରଣୀ ସେୟାର କରିଛନ୍ତି ଏବଂ ହଲିଉଡରେ ଡେବ୍ୟୁ କରିବା ପାଇଁ ତାଙ୍କର ଯୋଜନା ବିଷୟରେ ମଧ୍ୟ କହିଛନ୍ତି।

ନିକଟରେ ‘ଭେରାଇଟି’ ପତ୍ରିକା ସହ କଥାବାର୍ତ୍ତା ବେଳେ ଅଲ୍ଲୁ ଅର୍ଜୁନ ‘ପୁଷ୍ପା: ଦ ରାଇଜ’ର ସଫଳତାକୁ ସମର୍ପିତ କରିବା ସହ ବହୁ ପ୍ରତୀକ୍ଷିତ ସିକ୍ୱେଲ ବିଷୟରେ କିଛି ବିବରଣୀ ମଧ୍ୟ ଦେଇଛନ୍ତି । ‘ଏହା ସାଧାରଣ ମଣିଷର କଥା। ଆମେ ଅତ୍ୟନ୍ତ ପ୍ରାମାଣିକ, ଗ୍ରାମୀଣ ଜୀବନ ଆଧାରିତ ମୌଳିକ କାହାଣୀ ତିଆରି କରିବାକୁ ଚାହୁଁଥିଲୁ। ମୁଁ ଭାବୁଛି ଯେ ଏହି ସଚ୍ଚୋଟପଣିଆ ସଫଳ ହୋଇଛି, ଆମେ ଅନ୍ୟ କିଛି ହେବାକୁ ଚେଷ୍ଟା କରୁନାହୁଁ, ଆମେ ଯାହା, ତାହା ହେବାକୁ ଚେଷ୍ଟା କରୁଥିଲୁ ଏବଂ ତଥାପି ଅନ୍ୟ ସମସ୍ତଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରୁଥିଲୁ। ସେମାନେ ଯେମିତି କହୁଛନ୍ତି, ସ୍ଥାନୀୟ ହେବା ହିଁ ବିଶ୍ୱବ୍ୟାପୀ ହେବା।’ ସେ କହିଛନ୍ତି,  ମୋ ଆଶା ଅନୁସାରେ ‘ପୁଷ୍ପା-୧’ ଠାରୁ ଆଗରେ ରହିବ ‘ପୁଷ୍ପା-୨’।

ହଲିଉଡରେ ଡେବ୍ୟୁ କରିବାର ଯୋଜନା ସଂପର୍କରେ ପଚରାଯିବାରୁ ଅଲ୍ଲୁ ଅର୍ଜୁନ କହିଛନ୍ତି, ବର୍ତ୍ତମାନ ସମସ୍ତ ଭାରତୀୟ କଳାକାରଙ୍କ ପାଇଁ ବିଶ୍ୱସ୍ତରରେ ଚିନ୍ତା କରିବାର ସମୟ ଆସିଛି। କାରଣ ଭାରତ ଏକ ବିଶ୍ୱ ମହାଶକ୍ତି ହେବାକୁ ଯାଉଛି। ଭାରତରେ ସମସ୍ତ ବ୍ୟବସାୟର ବିକାଶ ହେବ ଏବଂ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଆଗକୁ ବଢିବ ବୋଲି ଅର୍ଜୁନ କହିଛନ୍ତି। ମୁଁ ଅନୁଭବ କରୁଛି ଯେ ଆଜିଠାରୁ ୧୦ ବର୍ଷରୁ କମ୍‌ ସମୟ ମଧ୍ୟରେ ଭାରତୀୟ ସିନେମାକୁ ସମଗ୍ର ବିଶ୍ୱରେ ଦେଖାଯିବ, ଯେପରି କି ସମଗ୍ର ବିଶ୍ୱରେ କୋରିଆନାଟକ ଦେଖିବାକୁ ମିଳିଛି। ଆଗାମୀ ଦଶନ୍ଧିରେ ଭାରତ ସମାନ ସ୍ଥାନରେ ରହିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତରେ ମନୋରଞ୍ଜନ ଜଗତ ପାଇଁ ଏହା ପ୍ରକୃତରେ ଏକ ସୁବର୍ଣ୍ଣ ଯୁଗ।

ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ପୁଷ୍ପା-୨: ଦ ରୁଲ୍‌’ ୨୦୨୧ରେ ରିଲିଜ୍‌ ହୋଇଥିବା ହିଟ୍‌ ଫିଲ୍ମ ‘ପୁଷ୍ପା: ଦ ରାଇଜ୍‌’ର  ସିକ୍ୱେଲ୍‌। ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫହାଦ ଫସିଲ ସିକ୍ୱେଲରେ ପୁଷ୍ପା, ଶ୍ରୀବଲ୍ଲି ଏବଂ ଏସପି ଭଂବର ସିଂ ଭୂମିକାରେ ଅଭିନୟ କରିଛନ୍ତି। ସିକ୍ୱେଲକୁ ଅପେକ୍ଷା କରିପାରୁନଥିବା ଦର୍ଶକଙ୍କ ମଧ୍ୟରେ ଏହି ସିନେମା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫିଲ୍ମ ୨୦୨୪ ମାର୍ଚ୍ଚ ୨୨ରେ ରିଲିଜ ହେବାକୁ ଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ଏ ସଂପର୍କରେ କୌଣସି ଆଧିକାରୀକ ସୂଚନା ଦିଆଯାଇନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button