ମାଲକାନଗିରି ଏସପିଙ୍କୁ ରାଖି ବାନ୍ଧିଲେ ୪ ପୂର୍ବତନ ମାଓନେତ୍ରୀ – Ibnodisha
[ad_1]
ମାଲକାନଗିରି: ଦିନେ ପୁଲିସ ସେମାନଙ୍କ ପାଇଁ ଶତ୍ରୁ ସାଜିଥିଲେ। ବନ୍ଧୁକ ଉଠାଇ ପୁଲିସ ବିରୋଧରେ ସଂଗ୍ରାମ କରୁଥିଲେ। ଗୁଳି କରି ନିଜର ହକ ଜାହିର କରିବା ପାଇଁ ପଛଘୁଞ୍ଚା ଦେଉନଥିଲେ। କିନ୍ତୁ ସମୟସ୍ରୋରେ ସେହି ମାଓବାଦୀ ଆଜି ନିଜକୁ ପରିବର୍ତ୍ତନ କରିଛନ୍ତି। ପୁଲିସ ଭାଇର ଶୁଭ ଚିନ୍ତା ନେଇ ହାତରେ ସମ୍ପର୍କର ଡୋରି ରାଖି ବାନ୍ଧିଛନ୍ତି। ପବିତ୍ର ରକ୍ଷାବନ୍ଧନ ଅବସରେ ମାଲକାନଗିରି ଏସପି ନିତେଶ ୱାଧୱାନୀଙ୍କ ହାତରେ ୪ ଜଣ ପୂର୍ବତନ ମାଓନେତ୍ରୀ ଆଜି ରାଖି ବାନ୍ଧିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ନିଜ ଜୀବନକୁ ବାଜି ଲଗାଇ ଅନ୍ୟକୁ ସୁରକ୍ଷା ଦେଉଥିବା ପୁଲିସ ଭାଇର ଦୀର୍ଘୀୟୁ କାମନା କରିଛନ୍ତି।
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ଆଗଧାଡିର ମାଓନେତ୍ରୀ ତଥା ଏରିଆ କମିଟି ସଦସ୍ୟ ଭାବେ କୌଶଲ୍ୟା ଖୀଲ କାମ କରୁଥିଲେ। ସେହିପରି ଜିଲ୍ଲାର କାଲିମେଳା
ଅଞ୍ଚଳରେ ପାର୍ଟୀ ସଦସ୍ୟ ସଙ୍ଗୀତା ଖରା, ପଡିଆ ଅଞ୍ଚଳରେ ପାର୍ଟୀ ସଦସ୍ୟ ଭାବେ ନାଙ୍ଗି କୁର୍ମୀ ଓ ତୁଳସୀ ପାହାଡ ଅଞ୍ଚଳରେ ପାର୍ଟୀ ସଦସ୍ୟ ଭାବେ ଆଇତେ କାରତାମୀ କାମ କରୁଥିଲେ। ଦିନ ଥିଲା ଏମାନେ ସଂଗଠନକୁ ସୃଦୁଢ଼ କରିବା ପାଇଁ ପୁଲିସର ନିଦ ହଜାଇ ଦେଉଥିଲେ। କିନ୍ତୁ ହିସାଂ ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସଂଗଠନ ଛାଡିବା ପରେ ସେମାନେ ପରିବାର ସହିତ ସ୍ବାଭାବିକ ଭାବରେ ଜୀବନଯାପନ କରୁଛନ୍ତି। ଆଜିର ପବିତ୍ର ରକ୍ଷା ବନ୍ଧନରେ ଏହି ୪ ଜଣ ପୂର୍ବତନ ମାଓନେତ୍ରୀ ଏସପିଙ୍କୁ ବନ୍ଦାପନା କରିବା ସହମ ମଥାରେ ଚନ୍ଦନ ଲଗାଇଥିଲେ। ସମ୍ପର୍କକୁ ନିକିଡ କରିବା ପାଇଁ ଏସପିଙ୍କ ହାତରେ ରାଖି ବାନ୍ଧି ଆର୍ଶୀବାଦ ଗ୍ରହଣ କରିଥିଲେ। ଜୀବନରେ ଯେଉଁ ହିସାଂରେ ସାମିଲ ହୋଇଥିଲୁ ସେହି ପାପକୁ ଧୋଇବା ପାଇଁ ପୁଲିସ ହାତରେ ରାଖି ବାନ୍ଧିଥିବା ନେଇ ସେମାନେ ପ୍ରକାଶ କରିଛନ୍ତି। ଏହି ଅବସରରେ ଏସପି ଶ୍ରୀ ୱାଧୱାନୀ ନିବେଦନ ଦେଇଛନ୍ତି ଯେ, ମାଓ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପରିବାର ସହିତ ରୁହନ୍ତୁ। ଏଥିସହ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି।
[ad_2]