ମନୋରଞ୍ଜନ

ଆର୍ଥିକ ସଙ୍କଟ ହେତୁ ଅଭିନୟ ଦୁନିଆରେ ପ୍ରବେଶ କଲି, ନାମ ବଦଳାଇଲି: ଅନ୍ନୁ କପୁର – Ibnodisha

[ad_1]

ମୁମ୍ବାଇ: ପ୍ରାୟତଃ ଯେଉଁମାନଙ୍କୁ ଅଭିନୟ ଓ ଗ୍ଲାମର ଦୁନିଆ ପସନ୍ଦ ସେମାନେ ଫିଲ୍ମ ଦୁନିଆରେ ପ୍ରବେଶ କରିଥାଆନ୍ତି ବୋଲି କୁହାଯାଏ। କିନ୍ତୁ ଖୁବ କମ୍ ଲୋକ ଜାଣିଥି‌ବେ କି ବଲିଉଡରେ ଏମିତି ଜଣେ ଅଭିନେତା ଅଛନ୍ତି ଯାହାଙ୍କ ଅଭିନୟ ପ୍ରତି କୌଣସି ଆଗ୍ରହ ନଥିଲା, କେବଳ ଟଙ୍କା ରୋଜଗାର ପାଇଁ ସେ ଇଣ୍ଡଷ୍ଟ୍ରିକୁ ଆସିଥିଲେ। ଏକଥା ଆମେ ନୁହେଁ, ନିଜେ ଅଭିନେତା ପ୍ରକାଶ କରିଛନ୍ତି।

ଉଭୟ ଟିଭି ଏବଂ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି ଅନ୍ନୁ କପୁର। ସେ ଏକାଧାରରେ ଜଣେ ଅଭିନେତା, ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ, ଉପସ୍ଥାପକ ଏବଂ ଗାୟକ।  ଅନ୍ନୁ କପୁର ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରି ସାରିଛନ୍ତି।

ଅନ୍ନୁ କପୁର ନିକଟରେ ଦେଇଥିବା ଏକ ସାକ୍ଷାତକାରେ କହିଛନ୍ତି, ‘‘ମୋତେ ଅଭିନେତା ହେବାର କୌଣସି ଆଗ୍ରହ ନଥିଲା। ମୁଁ ଆଇଏଏସ୍ ହେବାକୁ ଚାହୁଁଥିଲି। କିନ୍ତୁ ଆର୍ଥିକ ସଙ୍କଟ ହେତୁ ମୋତେ ଅର୍ଥର ଆବଶ୍ୟକତା ପଡ଼ିଲା। ତେଣୁ ମୁଁ ରୋଜଗାର ପାଇଁ ଅଭିନୟ ଦୁନିଆରେ ପ୍ରବେଶ କରିଲି।’’

ଏଥିସହିତ ଆଉ ଏକ ଅଜଣା କଥା ଉପରୁ ଅନ୍ନୁ ପରଦା ଉଠାଇଛନ୍ତି। ଯାହା ବିଷୟରେ ହୁଏତ କିଛି ଲୋକ ଜାଣି ନଥିବେ। ଅନ୍ନୁ କହିଛନ୍ତି,  ‘‘ମୋର ପ୍ରକୃତ ନାମ ଅନିଲ କପୁର ଥିଲା। କିନ୍ତୁ ସୁପରଷ୍ଟାର ଅନିଲ କପୁରଙ୍କ ପାଇଁ ମୋତେ ନାମ ବଦଳାଇବାକୁ ପଡ଼ିଥିଲା। କାରଣ ମୁଁ ୧୯୮୨ ମସିହାରେ ଯେତେବେଳେ ମୁମ୍ବାଇ ଆସିଲି ଅନିଲ କପୁର ଷ୍ଟାର ହୋଇ ସାରିଥିଲେ। ସେଥିପାଇଁ ମୁଁ ମୋର ନାମ ବଦଳାଇ ଅନ୍ନୁ କପୁର କରିଦେଲି।  ଆଜି ସେ ହିରୋ ଆଉ ମୁଁ ଜିରୋ। ତଥାପି ଅନ୍ନୁ କପୁର ନାମରେ ଯେ‌ତିକି ପ୍ରଶଂସା ଓ ଭଲପାଇବା ପାଇଛି ସେଥିପାଇଁ ମୁଁ କୃତଜ୍ଞ।’’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button