ଦେଶ

ଅଶ୍ଳୀଳ ଫଟୋ ଭଇରାଲ ହେଲାପରେ ସବ-ଇନ୍ସପେକ୍ଟରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ – Ibnodisha

[ad_1]

ନୂଆଦିଲ୍ଲୀ: ନିକଟରେ ରାଜସ୍ଥାନର ଡିଗ ଜିଲ୍ଲାର ସବ-ଇନ୍ସପେକ୍ଟରଙ୍କ ଜଣେ ଯୁବତୀଙ୍କ ସହ ଏକ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭ‌ାଇରାଲ ହୋଇଥିଲା।  ଏହି ଫଟୋ ଭାଇରାଲ ହେବାପରେ ପୁଲିସ ବିଭାଗରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।

ସବ-ଇନ୍ସପେକ୍ଟରଙ୍କ ସହ ଅଶ୍ଳୀଳ ଫଟୋ ଭାଇରାଲ ହେବାପରେ ପୀଡ଼ିତା ପରିବାରଲୋକଙ୍କ ସହିତ ଥାନାରେ ପହଞ୍ଚିଥିଲେ। ଆଉ ଡିଗ ଜିଲ୍ଲାର କୈଥୱାଡା ଥାନାର ସବ-ଇନ୍ସପେକ୍ଟର କମରୁଦ୍ଦିନ ଖାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରି କହିଛନ୍ତି, ‘ମୋର ଏକ ମାମଲା ଚାଲୁଥିଲା। ଏହାକୁ କେନ୍ଦ୍ରକରି ମୋତେ ଥାନାକୁ ଯିବାର ଥିଲା। ଏଥିପାଇଁ ମୁଁ ଇଶାକ ନାମକ ଜଣେ ବ୍ୟକ୍ତିଙ୍କ ସହଯୋଗ ଲୋଡ଼ିଥିଲି। ସେ ମୋତେ ସାହାଯ୍ୟ କରିବେ ବୋଲି କହି ଥାନାର ସରକାରୀ କ୍ବାର୍ଟରକୁ ନେଇ ଯାଇଥି‌ଲେ।

ସେଠାରେ ମୋର ବେକରେ ପ୍ରବଳ ଯନ୍ତ୍ରଣା ହୋଇଥିଲା। ଏହି ଯନ୍ତ୍ରଣାରୁ ଆରାମ ପାଇଁ ଇଶାକ ମୋତେ କିଛି ଔଷଧ ଆଣି ଦେଇଥିଲା। ମୁଁ ବି ଇଶାକ ଉପରେ ବିଶ୍ବାସ କରି ଉକ୍ତ ଔଷଧକୁ ଖାଇ ଦେଇଥିଲି। ଏହାପରେ ମୁଁ ଚେତା ହରାଇ ଦେଇଥିଲି। ଚେତା ଫେରିବା ପରେ ଜାଣିଲି ମୋ ସହ ଦୁଷ୍କର୍ମ ହୋଇଛି। ଆଉ ଏହି ଦୁଷ୍କର୍ମ ଘଟଣାରେ କୈଥୱାଡା ଥାନାର ସବ-ଇନ୍ସପେକ୍ଟର କମରୁଦ୍ଦିନ ଖାନ ସହ ଇଶାକ ବି ସାମିଲ ଥିଲା। ମୋତେ ନ୍ୟାୟ ଆବଶ୍ୟକ। କମରୁଦ୍ଦିନ ଓ ଇଶାକ ମୋ ସହ ଦୁଷ୍କର୍ମ କରିବା ସହ ଏହାର ଫଟୋ ଓ ଭିଡିଓ ବି ରେକର୍ଡ କରିଛନ୍ତି। ଯାହାକି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ସୂଚନାଯୋଗ୍ୟ, ଡିଗ ଜିଲ୍ଲାର କୈଥୱାଡା ଥାନାର ସବ-ଇନ୍ସପେକ୍ଟର କମରୁଦ୍ଦିନ ଖାନ ଜଣେ ମହିଳାଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଥିବା ଫଟୋ ଭାଇରାଲ ହୋଇଥିଲା। ତେବେ କମରୁଦ୍ଦିନ ଖାନ ଜଣେ ଦଲାଲଙ୍କ ମାଧ୍ୟମରେ ଜଣେ ମହିଳାଙ୍କୁ ତାଙ୍କ ସରକାରୀ କ୍ବାର୍ଟରକୁ ନେଇ ଯାଇଥିଲେ ବୋଲି କୁହାଯାଉଥିଲା। ‌ ସେଠାରେ ସେ ମହିଳାଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇଥିଲେ। ଆଉ ଏହି ସମୟର କିଛି ଫଟୋ ଓ ଭିଡିଓକୁ ସବ-ଇନ୍ସପେକ୍ଟର କମରୁଦ୍ଦିନ ତାଙ୍କ ଫୋନରେ ଉଠାଇ ରଖିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button