ରାଜ୍ୟ

ପୁଲିସ କର୍ମଚାରୀଙ୍କୁ ବିକିଥିଲେ ଏକ୍ସପାଏରି ଲସି; ବନ୍ଧା ହେଲେ ଦୋକାନ ମାଲିକ – Ibnodisha

[ad_1]

୬ ପ୍ୟାକେଟ୍‌ ଏକ୍ସପାଏରି ଅମୂଲ ଲସି ଜବତ

ରାଉରକେଲା: ରାଉରକେଲା ଏସ୍‌ପିଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଏକ୍ସପାଏରି ଅମୂଲ ଲସି ବିକିବା ବ୍ୟବସାୟୀଙ୍କୁ ମହଙ୍ଗା ପଡ଼ିଛି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଉଦିତନଗର ପୁଲିସ କଚେରିରୋଡସ୍ଥ ଦୟାଏ ଏଣ୍ଟରପ୍ରାଇଜେସ୍‌ ମାଲିକ ବିନୟ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଚଢ଼ଉ କରି ବ୍ୟବସାୟୀଙ୍କ ଗୋଦାମରୁ ୬ ପ୍ୟାକେଟ୍‌ ଅମୂଲ ଲସି ଜବତ କରିଛି। ଖବର ପାଇ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ଖାଧ୍ୟ ନିରୀକ୍ଷକା ସ୍ବାଗତିକା ବେହେରା ଓ ତାଙ୍କ ଟିମ୍‌ ବିନୟଙ୍କ ଦୋକାନ ଉପରେ ଚଢ଼ଉ କରିଥିଲେ। ଜବତ ଏକ୍ସପାଏରୀ ଲସିର ସାମ୍ପୁଲ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ତେବେ ଏସ୍‌ପିଙ୍କ ହସ୍ତକ୍ଷେପ ପରେ ଆର୍‌ଏମ୍‌ସି ଖାଦ୍ୟ ନିରୀକ୍ଷିକାଙ୍କ ଯାଞ୍ଚ ପ୍ରକ୍ରିୟାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ।

ମିଳିଥିବା ସୂଚନା ମୁତାବକ ଆଜି ରାଉର‌କେଲା ଏସ୍‌ପିଙ୍କ ସମ୍ମିଳନୀ କକ୍ଷରେ ସାଇବର ଅପରାଧ ନିରାକଣ ସଚେତନତା କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଖବର ସଂଗ୍ରହ ପାଇଁ ସହରର ଉଭୟ ବୈଦ୍ୟୁତିକ ଓ ପ୍ରିଣ୍ଟ ମିଡିଆର ୪୦ରୁ ଅଧିକ ସାମ୍ବାଦିକ ଯୋଗଦେଇଥିଲେ। ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ପୁଲିସ କର୍ମଚାରୀଙ୍କ ପକ୍ଷରୁ ସାମ୍ବାଦିକମାନଙ୍କୁ ଅମୂଲ ଲସି ପିଇବାକୁ ଦିଆଯାଇଥିଲା। କିଛି ସାମ୍ବାଦିକ ଅମୂଲ୍ୟ ଲସି ଏକ୍ସପାଏରି ହୋଇଥିବା ଦେଖି ଏସ୍‌ପିଙ୍କୁ ଅବଗତ କରାଇଥିଲେ। ଏସ୍‌ପି ମିତ୍ରଭାନୁ ମହାପାତ୍ର ଲସି ଦୋକାନୀଙ୍କୁ ଗିରଫ କରିବାକୁ ଉଦିତନଗର ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।

ସହରରେ କେବଳ ବିନୟ ଅଗ୍ରୱାଲ ନୁ‌ହେଁ ପ୍ଲାଣ୍ଟସାଇଟ୍‌, ଡେଲିମାର୍କେଟ, ରାଉରକେଲା ମେନ୍‌ରୋଡ, ଇସ୍ପାତ ମାର୍କେଟ ସମେତ ସହରର ଅନ୍ୟାନ୍ୟ ପ୍ରମୁଖ ମାର୍କେଟ କିଛି ଦୋକାନ ଓ ହୋଲ୍‌ସେଲ୍‌ରେ ବ୍ୟବସାୟୀ ଏକ୍ସପାଏରି ଥଣ୍ଡା ପାନୀୟ ବିକୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ଆର୍‌ଏମ୍‌ସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ବ୍ୟବଧାନରେ ଚଢ଼ଉ ହେଉ ନଥିବାରୁ ସହରବାସୀଙ୍କୁ ଏକ୍ସପାଏରି ଥଣ୍ଡାପାନୀୟ ସେବନ କରୁଛନ୍ତି। ପୁଲିସ ଓ ସାମ୍ବାଦିକଙ୍କ ନଜରରେ ଆସିବାରୁ ଦୋକାନୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସାଧାରଣ ଲୋକଟିଏ ହୋଇଥିଲେ ଦୋକାନୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇନଥାନ୍ତା। ଆର୍‌ଏମ୍‌ସି ଖାଦ୍ୟ ନିରୀକ୍ଷକା ସହରରେ ଏଭଳି ଅସାଧୁ ବ୍ୟବସାୟୀଙ୍କ ଗୋଦାମ ଓ ଦୋକାନ ଉପରେ ନିୟମିତ ବ୍ୟବଧାନରେ ଚଢ଼ଉ କରିବାର ଆବଶ୍ୟକତା ରହିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button