ଦେଶ

୪ରୁ ମୁଖ୍ୟ ବିଚାରପତି ଦାୟିତ୍ବରେ ଡକ୍ଟର ଜଷ୍ଟିସ ବିଦ୍ୟୁତ୍‌ ଷଡ଼ଙ୍ଗୀ – Ibnodisha

[ad_1]

ନୂଆଦିଲ୍ଲୀ / କଟକ: ହାଇକୋର୍ଟର ବରିଷ୍ଠତମ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ୨୦୨୩, ଅକ୍ଟୋବର ୪ ତାରିଖରୁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଦାୟିତ୍ବରେ ରହିବେ। ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଅକ୍ଟୋବର ୩ ତାରିଖରେ ଅବସର ଗ୍ରହଣ କରିବାକୁ
ଯାଉଥିବା ବେଳେ ତାଙ୍କ ପରେ ହାଇକୋର୍ଟର ବରିଷ୍ଠତମ ବିଚାରପତି ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ ମୁଖ୍ୟ ବିଚାରପତିଙ୍କ ଦାୟିତ୍ବ ସଂପାଦନ କରିବେ। ଆଜି ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୬୨, ଜୁଲାଇ ୨୦ରେ ଡକ୍ଟର ଜଷ୍ଟିସ ଷଡ଼ଙ୍ଗୀ ଜନ୍ମଗ୍ରହଣ କରିଥିଲେ। ୧୯୮୫ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ୨୭ ବର୍ଷରୁ ଅଧିକ ସମୟ ଧରି ସେ ଆଇନଜୀବୀ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ୨୦୧୩, ଜୁନ ୨୦ରେ ସେ ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button