ଅପରାଧ

ଶବ ସହ ଦୁଷ୍କର୍ମ କଲା ଅଭିଯୁକ୍ତ – Ibnodisha

[ad_1]

କରିମଗଞ୍ଜ : ଆସାମର କରିମଗଞ୍ଜ ଜିଲ୍ଲାରେ ତଣ୍ଟିଚିପି ଜଣେ ନାବାଳିକା ତରୁଣୀଙ୍କୁ ହତ୍ୟା କରିବା ପରେ ତା’ ଶବ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ରେଳବାଇ କର୍ମଚାରୀଙ୍କ ସମେତ ଗୁରୁବାର ଦିନ ୩ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି। ସେପ୍ଟେମ୍ବର ୯ ତାରିଖ ଦିନ କରିମଗଞ୍ଜ ଟାଉନ୍‌ ବାଇପାସ୍‌ ପାର୍ଶ୍ବରୁ ସେ ନାବାଳିକା ତରୁଣୀର ଶବ ଉଦ୍ଧାର କରାଯାଇଥିଲା। ସେହି ଦିନ ହିଁ ତାଙ୍କୁ ହତ୍ୟା କରାଯାଇଥିଲା। ତା’ ଶବ ସହିତ ଦୁଷ୍କର୍ମ କରାଯାଇଥିବା କଥା ବ୍ୟବଚ୍ଛେଦ ରିପୋର୍ଟ ସୁନିଶ୍ଚିତ କରିବା ପରେ ‘ପୋକ୍ସୋ’ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା କଥା କରିମଗଞ୍ଜ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପାର୍ଥ ପ୍ରତିମ ଦାସ କହିଛନ୍ତି। ତଦନ୍ତ ସମୟରେ ପୁଲିସ ନାବାଳିକା ତରୁଣୀର ବ୍ୟକ୍ତିଗତ ଡାଏରିରୁ ଗୋଟାଏ ଫୋନ୍‌ ନମ୍ବର ପାଇଥିଲା।

ଏହି ଫୋନ୍‌ ନମ୍ବର ଜରିଆରେ ୩ ଅଭିଯୁକ୍ତଙ୍କୁ ଠାବ କରାଯାଇ କରିମଗଞ୍ଜ ସହରରେ ଥିବା ସେମାନଙ୍କ ଘରୁ ଗିରଫ କରାଯାଇଥିବା କଥା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଜଣାପଡ଼ିଛି ଯେ, ନବନିଯୁକ୍ତ ରେଳବାଇ କର୍ମଚାରୀଙ୍କର ସେ ତରୁଣୀ ସହିତ ପ୍ରେମ ସମ୍ପର୍କ ଥିଲା। ଦୈହିକ ସମ୍ପର୍କ ପାଇଁ ରେଳବାଇ କର୍ମଚାରୀଜଣକ ତରୁଣୀକୁ ବାଧ୍ୟ କରୁଥିଲେ ବି ସେ ଅରାଜି ହେଉଥି‌ଲା। ସେପ୍ଟେମ୍ବର ୯ ତାରିଖ ଦିନ ତରୁଣୀ ଘରେ ଏକାକିନୀ ଥିବା ବେଳେ ପ୍ରେମିକ ରେଳବାଇ କର୍ମଚାରୀ ତା’ର ୨ଜଣ ସାଙ୍ଗଙ୍କ ସହିତ ମିଶି ତା’ ସହିତ ଦୁଷ୍କର୍ମ କରିବା ଲାଗି ଉଦ୍ୟମ କରିଥିଲେ। ସେ ବାଧା ଦେବାରୁ ସେମାନ‌େ ତଣ୍ଟିଚିପି ତାକୁ ହତ୍ୟା କରିଥିଲେ। ତା’ପରେ ଜଣକ ପରେ ଜଣେ ତା’ର ଶବ ସହିତ ଦୁଷ୍କର୍ମ କରିଥିଲେ। ଶେଷରେ ସେମାନେ ତରୁଣୀର ଶବକୁ ବାଇପାସ୍‌ ପାର୍ଶ୍ବରେ ଫିଙ୍ଗି ଦେଇ ଫେରାର୍‌ ହୋଇଯାଇଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button