ରାଜ୍ୟ

ଉଡନ୍ତା ପ୍ଲେନ୍‌ରେ ଅଣନିଶ୍ୱାସୀ ହୋଇଗଲା ୬ ମାସର ଶିଶୁ, ଜୀବନ ବଞ୍ଚାଇଦେଲେ ଡାକ୍ତର – Ibnodisha

[ad_1]

ନୂଆଦିଲ୍ଲୀ: ଜନ୍ମରୁ ହୃଘାତର ଶୀକାର ହୋଇଥିଲା ୬ ମାସର ଶିଶୁ ।  ଶନିବାର ଦିନ ରାଞ୍ଚି-ଦିଲ୍ଲୀ ବିମାନରେ ଯିବା ବ‌େଳେ ଅଣନିଶ୍ବାସୀ ହୋଇଗଲା । ଯାତ୍ରୀମାନଙ୍କ ଭିତରେ ଥିବା ୨ଜଣ ଡାକ୍ତର ତା’ର ଜୀବନ ରକ୍ଷା କରିଛନ୍ତି। ଆଗରୁ ଡାକ୍ତରୀ ପଢ଼ିଥିବା ‘ଆଇଏଏସ୍‌’ ଅଫିସର୍ ଡାକ୍ତର ନୀତିନ କୁଲକର୍ଣ୍ଣି ଓ ରାଞ୍ଚି ସଦର ହସ୍ପିଟାଲ୍‌ର ଡାକ୍ତର ମୋଜାମ୍ମିଲ୍ ଫେରୋଜ୍। ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଏକ ମାସ୍କ୍ ବ୍ୟବହାର କରି ଦୁହେଁ ପିଲାଟିକୁ ‘ଅକ୍ସିଜେନ୍‌’ ଯୋଗାଇ ଦେଇଥିଲେ। ପିଲାର ‘ମେଡିକାଲ୍ ରେକର୍ଡ’ ଯାଞ୍ଚ କରିବା ପରେ ସେମାନେ ତାକୁ ‘ଥିଓଫିଲାଇନ୍‌’ ଇଞ୍ଜେକ୍‌ସନ୍ ସମେତ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ଦେଇଥିଲେ। ପିଲାର ବାପାମାଆଙ୍କ ପାଖରେ ଥିବା ‘ଡେକ୍ସୋନା’ ଇଞ୍ଜେ୍‌କ୍ସ‌ନ୍‌ଟି ପରିସ୍ଥିତି ସମ୍ଭାଳିବାରେ ଖୁବ୍ ସହାୟକ ହୋଇଥିଲା। ଅଳ୍ପ ସମୟ ପରେ ପିଲାଟି ପାଟି କରିବା ସହିତ ଆଖି ଖୋଲିଲା। ଡାକ୍ତରମାନେ କହିଛନ୍ତି, ଘଟଣାର ପ୍ରଥମ ୧୫/୨୦ ମିନିଟ୍ ଥିଲା ଖୁବ୍ ଗୁରୁତ୍ବପୂର୍ଣ୍ଣ।
ତା’ପରେ ଦୁଇ ଡାକ୍ତର ବିମାନର ଅବତରଣ ଉପରେ ପ୍ରାଥମିକତା ଦେବା ସହିତ ବିମାନ ବନ୍ଦରରେ ପିଲାଟିକୁ ଡାକ୍ତରୀ ସହାୟତା ଦେବା ପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଅନୁରୋଧ କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button