ଭିଡିଓ କଲରେ ଶୋସିଆଲ ମିଡିଆ ଗ୍ରୁପରେ ପରିବାର ସହ କଥା ହେଲେ, ତାପରେ ନିଜକୁ ଶେଷ କରିଦେଲେ ଯୁବକ – Ibnodisha

[ad_1]
ନୂଆଦିଲ୍ଲୀ: ବେପାରରେ କ୍ଷତି ହେଲା । ଆଉ ଏହି କ୍ଷତିକୁ ସହିପାରିଲେନି ବ୍ୟବସାୟୀ । ଉଠାଇଦେଲେ ଚରମପଦକ୍ଷେପ । ନିଜକୁ ଗୁଳି କରି ନିଜ ଜୀବନକୁ ଶେଷ କରିଦେଲେ । ଉତ୍ତରପ୍ରଦେଶରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ଯାହାକି ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି କରିଛି ।ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବେପାରରେ କ୍ଷତି ସହି ନ ପାରି ଜଣେ ବ୍ୟବସାୟୀ ନିଜକୁ ଗୁଳି ମାରି ଦେଇଛନ୍ତି। ମୃତକ ହେଲେ ଅଲିଗଞ୍ଜ ଥାନା ଅଧୀନ ତ୍ରିବେଣୀ ନଗରର ବାସିନ୍ଦା ମୁକେଶ। ଦୀର୍ଘ ଦିନ ଧରି ବେପାରରେ ହେଉଥିବା କ୍ଷତି ଏବଂ ରୋଗ ଯୋଗୁ ସେ ଚିନ୍ତିତ ଥିଲେ, ଯେଉଁ କାରଣରୁ ମୁକେଶ ଗୁଡ଼ିଏ ଧାର କରଜରେ ବୁଡ଼ି ରହିିଥିଲେ। ଶେଷରେ ମଦ ନିଶାରେ ସେ ଏଭଳି ପଦକ୍ଷେପ ଉଠାଇଛନ୍ତି। ରବିବାର ସନ୍ଧ୍ୟାରେ ମୁକେଶ ଫ୍ୟାମିଲି ଗ୍ରୁପ୍ରେ ଭିଡିଓ କଲ୍ କରିଥିଲେ। ଏହି ସମୟରେ ସେ ହାତରେ ଏକ ବନ୍ଧୁକ ଧରିଥିଲେ। ମୁକେଶ କହିଥିଲେ ଯେ ଜୀବନକୁ ନେଇ ସେ ଅସନ୍ତୁଷ୍ଟ ଅଛନ୍ତି। ଯାହା ବି କାମ କରୁଛନ୍ତି, ସେଥିରେ କ୍ଷତି ହେଉଛି। ରୋଗ ଯୋଗୁ ତାଙ୍କ ଶରୀର ମଧ୍ୟ ସାଥ୍ ଦେଉନାହିଁ, ଯେଉଁଥିରେ ସେ ଉଦାସୀନ ହୋଇ ଜୀବନ ହାରିବାକୁ ଯାଉଛନ୍ତି। ସେ ଯିବା ପରେ ତାଙ୍କ ମା’ଙ୍କ ଯତ୍ନ ନେବାକୁ ମୁକେଶ କହିଥିଲେ।
ତେବେ ଭାଇ, ଭଉଣୀମାନେ ଏହି ସମୟରେ ପାଟି କରି ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେତେବେଳକୁ ମୁକେଶ ସମସ୍ତଙ୍କ ସାମ୍ନାରେ ନିଜକୁ ଗୁଳି ମାରି ସାରିଥିଲେ।
[ad_2]




