ଔଷଧ ଅଭାବ ହେତୁ ନୁହେଁ; ରୋଗୀ ଶେଷ ପର୍ଯ୍ୟାୟରେ ଆସୁଥିବାରୁ ମୃତ୍ୟୁ ହୋଇଛି: ମହାରାଷ୍ଟ୍ର ହସ୍ପିଟାଲ୍ – Ibnodisha

[ad_1]

ମୁମ୍ବାଇ: ମହାରାଷ୍ଟ୍ରର ନାଣ୍ଡେଡ଼ ଜିଲ୍ଲା ସରକାରୀ ହସ୍ପିଟାଲ୍ରେ ପୁଣି ୭ ଜଣଙ୍କର ମୃତ୍ୟୁ ଘଟି ମୃତକଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ହସ୍ପିଟାଲ୍ରେ ଔଷଧ ଅଭାବରୁ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ।
ହସ୍ପିଟାଲ୍ ପକ୍ଷରୁ ଏକ ବିବୃତ୍ତି ଜାରି ହୋଇ କୁହାଯାଇଛି ଯେ ଔଷଧ ଅଭାବରୁ ମୃତ୍ୟୁ ହୋଇନାହିଁ। ବରଂ ଶେଷ ପର୍ଯ୍ୟାୟରେ ଥିବା ରୋଗୀମାନେ ହସ୍ପିଟାଲ୍ ଆସୁଥିବା କାରଣରୁ ସେମାନଙ୍କ ମୃତ୍ୟୁ ଘଟିଛି।
ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୨ ତାରିଖ ମଧ୍ୟରେ ମହାରାଷ୍ଟ୍ରର ନାଣ୍ଡେଡ଼ ଜିଲ୍ଲାା ଏକ ସରକାରୀ ଡାକ୍ତରଖାନାରେ ଅତି କମରେ ୩୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଡାକ୍ତରଖାନାରେ ୧୨ ଜଣ ବୟସ୍କ ରୋଗୀ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ପୁରୁଷ ଏବଂ ସାତଜଣ ମହିଳା ଥିଲେ। ସେଥିମଧ୍ୟରୁ ଚାରିଜଣ ହୃଦଘାତରେ, ଜଣେ ସାପ କାମୁଡ଼ାରେ, ଅନ୍ୟ ଜଣେ କିଡନୀ ରୋଗରେ ପୀଡିତ ଏବଂ ତିନିଜଣ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ରୋଗୀମାନେ ସେମାନଙ୍କର ଶେଷ ପର୍ଯ୍ୟାୟରେ ଥିଲେ। ଏପରିକି ଚାରିଜଣ ଶିଶୁଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା ବୋଲି ନାଣ୍ଡେଡ଼ର ଶଙ୍କରରାଓ ଚୌହ୍ବାନ ସରକାରୀ ଡାକ୍ତରଖାନାର ଏକ ବିବୃତ୍ତିରେ କୁହାଯାଇଛି।
ଆମେ ଔଷଧ କିଣିବା ପାଇଁ ୧୨ କୋଟି ଟଙ୍କା ଆବଣ୍ଟନ କରିଛୁ ଏବଂ ଆହୁରି ୪ କୋଟି ଆବଣ୍ଟନ କରାଯି। ତେଣୁ ଔଷଧର କୌଣସି ଅଭାବ ନାହିଁ। କିନ୍ତୁ ଗତ ଦୁଇ ଦିନ ମଧ୍ୟରେ ଅନେକ ରୋଗୀ ଡାକ୍ତରଖାନାକୁ ଆସିଛନ୍ତି ଏବଂ ଆମର କର୍ମଚାରୀ ଏବଂ ଡାକ୍ତରମାନେ ସେମାନଙ୍କ ସହ ଯୋଗାଯୋଗରେ ଅଛନ୍ତି ବୋଲି ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତକାଲି ହସ୍ପିଟାଲ୍ରେ ୨୪ ଘଣ୍ଟାରେ ୨୪ ମୃତ୍ୟୁ ଜାତୀୟ ହେଡ୍ଲାଇନ୍ ବନିଥିବା ବେଳେ ଆଜି ଆହୁରି ୭ ଜଣଙ୍କ ଜୀବନ ଯିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି।
[ad_2]