ଦେଶ

ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି ଦୁଇ ବିମାନ – Ibnodisha

[ad_1]

କୋଲକାତା : କୋଲକାତା ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି ଦୁଇ ବିମାନ । ଉଡାଣ ପୂର୍ବରୁ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ସହିତ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା କିନ୍ତୁ ପରିସ୍ଥିତି ଶୀଘ୍ର ନିୟନ୍ତ୍ରିତ ହୋଇଥିଲା ଏବଂ କୌଣସି ବଡ଼ ଦୁର୍ଘଟଣା ଘଟି ନଥିଲା। ସୂଚନାନୁସାରେ, ଇଣ୍ଡିଗୋ ଏୟାରଲାଇନ୍ସର ଡେଣା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଡେଣା ସହ ଧକ୍କା ହୋଇଥିଲା। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଘଟଣାର ତଦନ୍ତ ଆରମ୍ଭ କରିଛି। ଇଣ୍ଡିଗୋ ବିମାନ ପାଇଲଟମାନଙ୍କୁ ମଧ୍ୟ ଡ୍ୟୁଟିରୁ ହଟାଇ ଦିଆଯାଇଛି। ମୁଖପାତ୍ର କହିଛନ୍ତି ଯେ, ବିମାନଟି ସୁରକ୍ଷିତ ଏବଂ କୌଣସି ଅଘଟଣ ଘଟିନାହିଁ। ଯାତ୍ରୀମାନଙ୍କ ଅସୁବିଧା ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ | ଏହି ବିମାନଗୁଡ଼ିକ ହେଲା ଇଣ୍ଡିଗୋ ଏୟାରବସ୍ ଏ୩୨୦ନିୟୋ(ଭିଟି-ଆଇଏସଏସ) ଏବଂ ଏଆର ଇଣ୍ଡିଆ ଏକ୍ସପ୍ରେସ ବି୭୩୭(ଭିଟି-ଟିଜିଜି )| ଉଭୟ ବିମାନ କ୍ଷତିଗ୍ରସ୍ତ ହୋଇଛି। ଡିଜିସିଏ ଇଣ୍ଡିଗୋ ବିମାନର ପାଇଲଟମାନଙ୍କୁ ଅଫ୍ ରୋଷ୍ଟର୍ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button