ରାଜନୀତି

ବିରୋଧୀ ଓ ବିଧାନସଭାକୁ ସାମ୍ନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କର ସାହସ ନାହିଁ: ଜୟନାରାୟଣ ମିଶ୍ର – Ibnodisha

[ad_1]

 ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥୀ କାର୍ଯ୍ୟ କଲେ ନବୀନ ସରକାର

 ୨୦୧୯ ମସିହା ପରଠାରୁ ବିଧାନସଭା ଅଧିବେସନକୁ ସଂପୂର୍ଣ୍ଣ ଚଳାଇ ନାହାନ୍ତି ରାଜ୍ୟ ସରକାର
 ଲୋକଙ୍କ ଦ୍ୱାରା ନିର୍ବାଚିତ ବିଧାୟକ ଜନବିରୋଧୀ ହେଲେ କିପରି ?
 ବିରୋଧୀ ଦଳ ନେତାଙ୍କୁ କହିବାକୁ ଦିଆଯାଉନାହିଁ, ମାଇକରୁ ସାଉଣ୍ଡ କାଟି ଦିଆଯିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ
 ବାଚସ୍ପତି ପକ୍ଷପାତିତା କରୁଛନ୍ତି
 ଶ୍ରଦ୍ଧା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କର ବକ୍ତବ୍ୟ କାହିଁକି ଗୃହର ବିବରଣୀରୁ ବାଦପଡିଲା ନାହିଁ ?

ଭୁବନେଶ୍ୱର : ୨୦୧୯ ମସିହା ପରଠାରୁ ବିଧାନସଭା ଅଧିବେସନକୁ ସଂପୂର୍ଣ୍ଣ ଚଳାଇ ନାହାନ୍ତି ରାଜ୍ୟ ସରକାର । ଚଳିତ ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ୭ଟି କାର୍ଯ୍ୟ ଦିବସ ସ୍ଥିରିକୃତ ହୋଇଥିବାବେଳେ ସମୁଦାୟ ୭ଘଂଟା ବି ଚଳେଇ ନପାରି ବିଧାନସଭାକୁ ବନ୍ଦ କରିଦେଲେ ରାଜ୍ୟ ସରକାର । ବିଧାନସଭା ବନ୍ଦ କରି ସରକାର ପଳାୟନପନ୍ଥୀ ସାଜିଛନ୍ତି । ଆଶ୍ଚର୍ଯ୍ୟର କଥା ଯେଉଁ ମୁଖ୍ୟମନ୍ତ୍ରୀ ୨୦୧୯ ମସିହାରୁ ଗୋଟିଏ ବି ଷ୍ଟାର ପ୍ରଶ୍ନର ଛିଡା ହୋଇକି ଉତର ରଖିନାହାଁନ୍ତି, ହଠାତ୍ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସୁରକ୍ଷା ଦବା ପାଇଁ ଗୃହରେ ଲିଖିତ ବିବରଣୀ ପଢିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସୁରକ୍ଷା ଦେବାକୁ ଯାଇ ଏଭଳି ଆତ୍ମବିଭୋର ହୋଇଗଲେ ଯେ, ବିରୋଧୀଦଳକୁ କୁତ୍ସାରଟନା କରିବାକୁ ଯାଇ ଜନବିରୋଧୀର ଆଖ୍ୟା ଦେଲେ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଲୋକେ ଯେତେବେଳେ ନିର୍ବାଚିତ କରି ବିଧାନସଭାକୁ ପଠାଇଛନ୍ତି, ସେତେବେଳେ ବିରୋଧୀ ଦଳ ବିଧାୟକମାନେ କିଭଳି ଜନବିରୋଧୀ ହେଲେ ବୋଲି ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ଗଣତନ୍ତ୍ରରେ ବିରୋଧୀଦଳକୁ ଛାୟା ସରକାର କୁହାଯାଏ । ବିରୋଧୀଦଳ ସବୁବେଳେ ଗଠନ ମୂଳକ ପ୍ରସ୍ତାବ ଦେଇଥାଏ ଓ ରାଜ୍ୟର ସ୍ୱାର୍ଥକୁ ନେଇ ପ୍ରଶ୍ନ ପଚାରିଥାଏ । ଅଧିବେଶନର ପ୍ରଥମ ଦିନରୁ ଆମେ ଲୋକ ପ୍ରତିନିଧିମାନଙ୍କ ସମ୍ମାନ ଓ ରାଜ୍ୟରେ ଅଣଓଡିଆ ବାବୁରାଜର କାୟା ବିସ୍ତାର, ‘ସଚିବ ବଡ ନା ନିର୍ବାଚିତ ପ୍ରତିନିଧି ବଡ’ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦେଇଥିଲୁ । ସରକାରୀ ଦଳ ଗୃହକୁ ଅଚଳ କଲା । ଲୋକ ପ୍ରତିନିଧିମାନେ ସରପଂଚ, ସମିତିସଭ୍ୟ, କର୍ପୋରେଟର, ବିଧାୟକ, ସାଂସଦ ସମସ୍ତଙ୍କ ସମ୍ମାନର ପ୍ରଶ୍ନ ଏଥିରେ ଜଡିତ ଥିଲା । ପ୍ରଶ୍ନ ପଚାରିବା କ’ଣ ଜନବିରୋଧୀ କି? ରାଜ୍ୟର ବାସ୍ତବିକ ଚିତ୍ରକୁ ଠିକ୍ ଭାବରେ ଆକଳନ ନକରି ବିରୋଧୀଙ୍କୁ ଦୋଷ ଦେବା ମୁଖ୍ୟମନ୍ତ୍ରୀଙ୍କ ଚିରାଚରିତ ଅଭ୍ୟାସ । ଆମ ଓଡିଶା ବିକାଶର ସବୁ ସୋପାନରେ ଜାତୀୟ ହାରରେ ସବୁଠୁ ପଛୁଆ । ଓଡିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ବିରୋଧୀ ଓ ଜନବିରୋଧୀ ବକ୍ତବ୍ୟ ବିରୋଧରେ ବିଜେପିର ମୁଖ୍ୟ ସଚେତକ ଶ୍ରୀ ମୋହନ ମାଝି ସ୍ୱାଧୀକାର ଭଙ୍ଗ ନୋଟିସ୍ ଦେଇଥିଲେ । ବାଚସ୍ପତି ଏହାକୁ ଗ୍ରହଣ କରିଥିଲେ ମଧ୍ୟ ଅଧିବେଶନର ୫ଦିନ ଭିତରେ କୌଣସି ରୁଲିଙ୍ଗ୍ ଦେଇନଥିଲେ । ଅନୁରୂପ ଭାବରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଆତ୍ମଘୋଷିତ ୫-ଟି, ସିଏମ୍‌ଓ ମନମୁଖୀ ଭାବେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ହେଲିକାପ୍ଟରରେ ବୁଲିବା, ବିଜେଡି ଦଳର ବିଧାୟକଙ୍କ ବାହାଘରରେ ଯୋଗ ଦେବା, ମନ୍ତ୍ରୀ ପ୍ରଦୀପ ଅମାତ ଓ ତୁଷାରକାନ୍ତୀ ବେହେରାଙ୍କ ନାଁରେ ହେଲିକାପ୍ଟର ବୁକ୍ ହୋଇ ମନ୍ତ୍ରୀମାନେ ନଯାଇ ସେଥିରେ ସଚିବ ବୁଲିବା ଓ ଅଭିଯୋଗ ଆଣିବା ନାଁରେ ମିଥ୍ୟା ପ୍ରତିଶୃତି ଦେବା ବିରୋଧରେ ଭି.କେ ପାଣ୍ଡିଆନ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସୁରକ୍ଷା ଦେବାକୁ ଯାଇ ବାଚସ୍ପତି ସରକାରୀ ଦଳକୁ ସୁହାଇଲା ଭଳି ଗୃହକୁ ମୁଲତବୀ ରଖୁଥିଲେ । ସମ୍ବିଧାନ ଓ ଗଣତନ୍ତ୍ରକୁ ଏ ସରକାର ସମ୍ମାନ ଦିଏ ନାହିଁ । ଏପରିକି ମାନ୍ୟବର ସୁପ୍ରିମକୋର୍ଟକୁ ମଧ୍ୟ ସରକାର ସମ୍ମାନ ଦିଏ ନାହିଁ । ମାନ୍ୟବର କୋର୍ଟଙ୍କ ସମ୍ମାନ ନିର୍ଦ୍ଦେଶ କୌଣସି ବିଲ୍ (ବିଧେୟକ)ଙ୍କୁ ବିନା ବିରୋଧି ଦଳରେ ବିସ୍ତୃତ ଆଲୋଚନା ନକରି ପାସ୍ ନକରିବା ପାଇଁ ଏଠି ସମ୍ପୂର୍ଣ୍ଣ ଓଲଟା । ପଶୁବଳରେ ବିଲ୍ ପାସ୍ କରାଇଲେ ବୋଲି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର କହିଛନ୍ତି ।
ବିଧାନସଭା ହେଉଛି ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ । ଅଧିବେଶନର ତୃତୀୟ ଦିବସରେ ରାଜ୍ୟର ଶିକ୍ଷା, ଶିକ୍ଷକ ସମସ୍ୟାକୁ ଅଗ୍ରାଧିକାର ଦେଇ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲେ ସୁଦ୍ଧା ସରକାରୀ ଦଳର ପ୍ରରୋଚନାରେ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ । ସରକାରୀ ଦଳକୁ ସୁରକ୍ଷା ଦେଇଥିଲେ । କାରଣ ଶିକ୍ଷା ଓ ଶିକ୍ଷକ ସମସ୍ୟା ସମାଧାନ ଉପରେ ସରକାରଙ୍କ ପାଖରେ ଉତର ନଥିଲା । ସେହିଭଳି ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଟାଳ ଚିତ୍ରକୁ ପ୍ରାଧାନ୍ୟ ଦେଇ ମୁଲତବୀ ପ୍ରସ୍ତାବ ଅଣାଯାଇଥିଲେ ସୁଦ୍ଧା ତାହା ମଧ୍ୟ ସରକାର ଆଲୋଚନା କରାଇ ଦେଲେ ନାହିଁ । ଶିକ୍ଷକ, ଆୟୁଷ ଡାକ୍ତର, ଅଙ୍ଗନୱାଡି, ଆଶା, ପାଚିକା, ସରପଂଚ, ସମିତିସଭ୍ୟ, ଗାଁ ସାଥୀ, କଲେଜ ଶିକ୍ଷକ, ସଂସ୍କୃତ ଶିକ୍ଷକ, ନିୟମଗିରିର ବିସ୍ଥାପିତ, ମିଶନଶକ୍ତିର କର୍ମଚାରୀ, ସିଆରପି, ଏମ୍‌ବିକେ, ବ୍ୟାଙ୍କ୍ ମିତ୍ର ଓ ଅନ୍ୟ ବହୁ ସଙ୍ଗଠନଗୁଡିକ ବିଧାନସଭା ଆଗରେ ସେମାନଙ୍କର ସମସ୍ୟା ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆସିଥିଲେ । । ଏଭଳି ନିର୍ଦ୍ଦୟ ସରକାର ହିଟଲ୍‌ର୍‌ଙ୍କ ପଦାକୁ ଅନୁସରଣ କରି ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ନବୁଝି ସମାଧାନ ନକରି ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥୀ କାର୍ଯ୍ୟ କଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଗତକାଲି ଯୋଜନାବଦ୍ଧ ଭାବରେ ବିଧାନସଭାକୁ ବନ୍ଦ କରିବା ପାଇଁ ସରକାରୀ ଦଳ ପ୍ରୟାସ ଜାରି ରଖିଥିଲେ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି କରିବାର କିଛି ସମୟ ପୂର୍ବରୁ ସିଏଜି ରିପୋର୍ଟ ଗୃହରେ ଉପସ୍ଥାପିତ କରିଥିଲେ । ସିଏଜି ରିପୋର୍ଟରେ ସରକାରଙ୍କର ତୋଗଲକି ନୀତିର ଯେଉଁଭଳି ଖୁଲାସା କରାଯାଇଛି, ତାହା ଆଜି ସମସ୍ତ ଗଣମାଧ୍ୟମରେ ପ୍ରକାଶ ପାଇଛି । ଲୋକଙ୍କ ଅର୍ଥକୁ ହରିଲୁଟ୍ କରାଯାଇଛି । ସାଧାରଣ ଲୋକଙ୍କ ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଇଛି । ସାଧାରଣ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ମେଧାବୃତିଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତ ସବୁ କେଳେଙ୍କାରୀରେ ଲିପ୍ତ ରାଜ୍ୟ ସରକାର । ଏ ସମସ୍ତ ବିଷୟ ବିଧାନସଭା ଗୃହରେ ଆଲୋଚନା ନକରିବା ପାଇଁ ଯୋଜନାବଦ୍ଧ ଭାବରେ ସରକାର ଗୃହକୁ ପଶୁବଳରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କଲେ । ଏ ସରକାରର ସମ୍ବିଧାନ, ଗଣତନ୍ତ୍ର, ମାନ୍ୟବର ସୁପ୍ରିମକୋର୍ଟଙ୍କ ପ୍ରତି ସମ୍ମାନ ନାହିଁ । ବିରୋଧୀ ଓ ବିଧାନସଭାକୁ ସାମ୍ନା ନକରିପାରି ବିଧାନସଭାକୁ ବନ୍ଦ କରି ପଳାୟନପନ୍ଥୀ କାର୍ଯ୍ୟ କରିଛନ୍ତି ନବୀନ ସରକାର ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ମୁଖ୍ୟମନ୍ତ୍ରୀ କିଛି ଦିନ ତଳେ ବିଭିନ୍ନ ଦେଶକୁ ଭ୍ରମଣ କରିବା ସହିତ ରୋମ୍‌ର ଭାଟିକାନ ସିଟିକୁ ଯାଇଥିଲେ । ସେଠାରେ ଧାଡିରେ ଛିଡା ହୋଇ ଅତ୍ୟନ୍ତ ଶ୍ରଦ୍ଧାର ସହିତ ପୋପ୍‌ଙ୍କୁ ସାକ୍ଷାତ କରିଥିଲେ । ସେହି ସମୟରେ ତାଙ୍କର ବ୍ୟକ୍ତିଗତ ସଚିବଙ୍କ ସହିତ ଆଉ ଜଣେ ଭଦ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ । ସେ ମହିଳା ଜଣଙ୍କ ନାମ ଶ୍ରଦ୍ଧା କି? ସେ କେଉଁ କାପାସିଟିରେ ମୁଖ୍ୟମନ୍ତ୍ରୀଙ୍କ ସହ ପୋପ୍‌ଙ୍କ ପାଖକୁ ଯାଇଥିଲେ? ତାଙ୍କର ଗସ୍ତ ଖର୍ଚ୍ଚ କିଏ ବହନ କରିଥିଲା? ଫିଜିଓଥେରାପିଷ୍ଟ ଭାବେ ଶ୍ରଦ୍ଧାଙ୍କ ସଂପୂର୍ଣ୍ଣ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖରେ ଅଛି ତ ? ଏହି ସମୟରେ ସରକାରୀ ଦଳର ସଭ୍ୟମାନେ ଭୀଷଣ ହଟ୍ଟଗୋଳ କରିବା ସହିତ ମୋ ବିରୋଧରେ ଅତ୍ୟନ୍ତ ଆପତିଜନକ ଓ ମୋତେ ଆଘାତ କଲାଭଳି ଅପଶବ୍ଦର ବ୍ୟବହାର କରିଥିଲେ । ପକ୍ଷପାତିତା କରୁଥିବା ବାଚସ୍ପତି ମହାଶୟା ତତ୍‌କ୍ଷଣାତ ଶ୍ରଦ୍ଧା ଶବ୍ଦକୁ ବିବରଣୀ ବାଦ ଦେବା ପାଇଁ ରୁଲିଙ୍ଗ ଦେଇଥିଲେ, କିନ୍ତୁ ମୋ ବିରୋଧରେ ସରକାରୀ ଦଳ କରିଥିବା ଟିପ୍ପଣୀକୁ ବାଚସ୍ପତି ବାଦ୍ ଦେଇନଥିଲେ । ଏହା ବିରୋଧରେ ଆମେ ବାଚସ୍ପତିଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗକୁ ଅଧିବେସନର ଶେଷ ପର୍ଯ୍ୟନ୍ତ ସସ୍‌ପେଣ୍ଡ କରିବା ବାଚସ୍ପତିଙ୍କ କେଉଁ ପ୍ରକାରର ନ୍ୟାୟ ? ଶ୍ରଦ୍ଧା ପ୍ରତି ସରକାରଙ୍କ ଏତେ ଶ୍ରଦ୍ଧା କ’ଣ ପାଇଁ? ଶ୍ରଦ୍ଧା ବିଷୟ ବିବରଣୀରୁ ବାଦ ଦେଇଥିଲେ କିନ୍ତୁ ଗତକାଲି ଗୃହ ସ୍ୱାଭାବିକ ଅବସ୍ଥାରେ ନଥିଲା ବେଳେ ମୁଖ୍ୟମନ୍ତ୍ରୀ ନିଜ ଆଡୁ ଶ୍ରଦ୍ଧା ପ୍ରସଙ୍ଗରେ ଗୃହରେ ବିବରଣୀ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କର ବକ୍ତବ୍ୟ କାହିଁକି ଗୃହର ବିବରଣୀରୁ ବାଦପଡିଲା ନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।
ବିଧାନସଭା ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିବାକୁ ପଛଘୁଂଚା ଦେଉଛନ୍ତି ରାଜ୍ୟ ସରକାର । ବାଚସ୍ପତି ସର୍ବଦଳୀୟ ବୈଠକ ଡାକୁନାହାନ୍ତି । ସର୍ବଦଳୀୟ ବୈଠକର ନିଷ୍ପତିକୁ ଶାସକ ବିଜେଡିର ସଦସ୍ୟମାନେ ମାନୁନାହାନ୍ତି । ବିରୋଧୀ ଦଳ ଏକ ଛାୟା ସରକାର ଏବଂ ବିରୋଧୀ ଦଳ ନେତା ହେଉଛନ୍ତି ଛାୟା ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନେତା ଭାବେ ବକ୍ତବ୍ୟ ରଖିବା ବେଳେ ମାଇକରୁ ସାଉଣ୍ଡ କାଟି ଦିଆଯିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ କାର୍ଯ୍ୟ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ନାଉରୀ ନାୟକ, ଶଂକର ଓରାମ, ପ୍ରକାଶ ସୋରେନ, ଡ.ମୁକେଶ ମହାଲିଙ୍ଗ, ଆଦିତ୍ୟ ମାଢୀ, କେ.ନାରାୟଣ ରାଓ, ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଭୋଇ, ଭାସ୍କର ମଢେଇ, ସନାତନ ବିଜୁଳି, ଇ.ଗଣାଷରାମ ଖୁଂଟିଆ, ଡା.ବୁଧନ ମୁର୍ମୁ, ସୁରଜ ସୂର୍ଯ୍ୟବଂଶୀ, ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button