ମନୋରଞ୍ଜନ

ଏହି କାରଣରୁ ନିଜ ବିବାହର ପୋଷାକ ଅତି ସାଧାରଣ ରଖିଥିଲେ ପରିଣୀତି – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ାଙ୍କ ବିବାହ ଉଦୟପୁରର ‘ଲୀଲା ପ୍ୟାଲେସ’ ହୋଟେଲରେ ରାଜକୀୟ ଶୈଳୀରେ ହୋଇଥିଲା। ବିବାହ ସମୟରେ କିଭଳି ରାଘବ ମଣ୍ଡପକୁ ପ୍ରବେଶ କରିଥିଲେ ଏବଂ ଏହା ଦେଖି ପରିଣୀତିଙ୍କ କିଭଳି ପ୍ରତିକ୍ରିୟା ଥିଲା, ତାହାର ଏକ ଭିଡିଓ ପରୀ ନିଜ ଇନଷ୍ଟାରେ ସେୟାର କରିଥିଲେ। ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ସହ ରାଘନୀତି, ରଣବୀର-ଆଲିଆଙ୍କ ବିବାହ ପୋଷାକ ଓ କିଆରା-ସିଦ୍ଧାର୍ଥଙ୍କ ‘ଏଣ୍ଟ୍ରି ଡ୍ୟାନ୍ସ’ କପି କରିଥିବା କହିବା ଆରମ୍ଭ କରିଥିଲେ।

ବର୍ତ୍ତମାନ ପରିଣୀତିଙ୍କ ଷ୍ଟାଇଲିଷ୍ଟ ଟ୍ରୋଲିଂ ଉପରେ ନୀରବତା ଭାଙ୍ଗିଛନ୍ତି ଏବଂ ତାଙ୍କ ବିବାହରେ କାହିଁକି ଅଭିନେତ୍ରୀ ଅତି ସାଧାରଣ ଲୁକ୍ ବାଛିଥିଲେ, ତାହା କହିଛନ୍ତି। ପରୀଙ୍କ ଷ୍ଟାଇଲିଷ୍ଟ ନିଧି ଅଗ୍ରୱାଲ ଏବଂ ଶ୍ରଦ୍ଧା ଲଖାନି ଇଟାଇମ୍ସକୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ପରିଣୀତି ତାଙ୍କ ବିବାହରେ ସାଧାରଣ ଦେଖାଯିବାକୁ ଚାହୁଥିଲେ। ସେ ନିଜେ ଯେମିତି ତାଙ୍କ ବିବାହକୁ ଉପଭୋଗ କରିପାରିବେ ସେଥିପାଇଁ ସେ ଆମକୁ କହିଥିଲେ ଯେ, ମୁଁ ମଜା କରିବାକୁ ଚାହୁଁଛି। ମୋ ସହ ହିରୋଇନ୍ ଭଳି ବ୍ୟବହାର କର ନାହିଁ। ମୁଁ ଚାହେଁ ନାହିଁ ଯେ ମୋର ଦୁପଟା ଧରି କେହି ମୋ ପଛେ ପଛେ ଆସୁ। ମୁଁ ସେଦିନ ବହୁତ ଆରାମଦାୟକ ଅନୁଭବ କରିବାକୁ ଚାହେଁ। ଏମିତିକି ହିଲ୍ସ ମଧ୍ୟ ପିନ୍ଧିବାକୁ ଚାହେ ନାହିଁ। ମୋତେ ଫ୍ଲାଟ ଚପଲ ବା ସ୍ନିକର୍ ଦେବ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button