ରାଜ୍ୟ

ଜମି ବିବାଦରୁ ଗୁଳି ଫୁଟିଲା:  ଅର ଗୁଳିମାଡ଼ରେ ଭାଉଜ ଗୁରୁତର – Ibnodisha

[ad_1]

ଡୁଡୁକା: ଜମି ବିବାଦରୁ ଘରୋଇ ହିଂସା ଉଗ୍ର ରୂପ ନେଇ ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ନୁନୁଆଁପାଲି ଗାଁରେ ଗୁଳି ଫୁଟିଛି। ଦିଅର ରଞ୍ଜନ ବର୍ଗେ (୩୪ବର୍ଷ)ଙ୍କ ଗୁଳିମାଡ଼ରେ ଭାଉଜ ସନ୍ତୋଷିନୀ ବର୍ଗେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।
ପୁଲିସର ସୂଚନା ଅନୁସାରେ, ରଞ୍ଜନ ବର୍ଗେ ଓ ତାଙ୍କ ବଡ଼ଭାଇ ପଞ୍ଚାନନ ବର୍ଗେଙ୍କ ମଧ୍ୟରେ ଜମି ଭାଗବଣ୍ଟାକୁ ନେଇ ବିବାଦ ଲାଗିରହିଥିଲା। ଅନେକ ସମୟରେ ଏହାକୁ ନେଇ ଗଣ୍ଡଗୋଳ ହେଉଥିଲା। ଗତ ସୋମବାର ଏହା ବିସ୍ଫୋରକ ରୂପ ନେଇଥିଲା।

ପଞ୍ଚାନନ କାମ କରିବାକୁ ଯାଇଥିବା ବେଳେ ସନ୍ତୋଷିନୀ ଘରେ ଏକୁଟିଆ ଥିଲେ। ତାଙ୍କ କୁକୁଡ଼ା ମାଂସ ଦୋକାନ ଥିବାରୁ ପଞ୍ଚାନନଙ୍କ ଅନୁପସ୍ଥିତିରେ ସନ୍ତୋଷିନୀ ଗାଁର ବସନ୍ତ ନାମକ ଜଣେ ବ୍ୟକ୍ତିଙ୍କୁ କୁକୁଡ଼ା କାଟିବାକୁ ଡାକିଥିଲେ। ଏହି ସମୟରେ ରଞ୍ଜନ ସେଠାରେ ପହଞ୍ଚି ଏକ ଚଢ଼େଇମରା ବନ୍ଧୁକରେ ସନ୍ତୋଷିନୀଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳିମାଡ଼ କରି ମୁଣ୍ଡରେ ପିଟିଥିଲା। ସନ୍ତୋଷିନୀ ତଳେ ପଡ଼ି ଯାଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ ତାକୁ ପଞ୍ଚାନନ ଓ ଗାଁର କିଛି ଲୋକ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଏନେଇ ସନ୍ତୋଷିନୀଙ୍କ ବାପା ଗତ ମଙ୍ଗଳବାର ରାତିରେ ଆଗଲପୁର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ରଞ୍ଜନକୁ ଗିରଫ କରାଯାଇ ନଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button