ଏଆଇସିସି ଓ ପିସିସି କର୍ମକର୍ତ୍ତାଙ୍କ କୋରାପୁଟ ଓ ମାଲକାନଗିରୀ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ – Ibnodisha
[ad_1]
ଜୟପୁର: ମାଲକାନଗିରି ଠାରେ ହେବାକୁ ଥିବା ମୂଳ ନିବାସୀ ଜନ ଜାଗରଣ ସମାବେଶରେ ଯୋଗ ଦେବେ ଏଆଇସିସିର ଅନୂସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ମୋର୍ଚ୍ଚା ସଂଯୋଜକ କେ.ରାଜୁ, ରାଜେଶ ଲିଲଟିଆ, ଶିବାଜୀ ରାଓ ମୋଘେ, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା। ନୂଆଦିଲ୍ଲୀରୁ ଆସୁଥିବା ନେତା ମାନଙ୍କୁ ବିଶାଖାପାଟଣା ବିମାନବନ୍ଦରରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ପୂର୍ବତନ ବିଧାୟକ ଭୁଜବଳ ମାଝୀ ସ୍ବାଗତ କରିଥିଲେ।
ସେଭଳି ଭୁବନେଶ୍ବରରୁ ପିସିସି ସଭାପତି ଆସୁଥିବା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସୂଚନା ମିଳିଛି। ଏମାନେ ଜୟପୁରରେ ଆଜି ରାତି ସାଢ଼େ ୯ଟା ବେଳେ ପହଚିଂବା ପରେ ସ୍ଥାନୀୟ ବାରିଣିପୁଟ –ବି.ମାଳିଗୁଡା ଗାଁ ନିକଟରୁ ବାଇକ ଶୋଭାଯାତ୍ରା କରି ଏହି ନେତା ମାନଙ୍କୁ ଜୟପୁର ପାରାବେଡ଼ା ଛକରେ ଥିବା ବାଲାକ୍ରୀଷ୍ଣା ପ୍ୟାଲେସ୍ ପର୍ଯ୍ୟନ୍ତ ଆସି ରହିବାର କାର୍ଯ୍ୟକ୍ରମ ରହିଛି ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି। ଏଠାରେ ଏମାନଙ୍କର ରାତ୍ରି ରହଣୀର କାର୍ଯ୍ୟକ୍ରମ ରହିଛି। ଏହା ପରେ ପୁଣି ଆସନ୍ତା କାଲି ସକାଳୁ ଜୟପୁରରୁ ବାହାରି ମାଲାକାନଗିରୀ ଅଭିମୁଖେ ଯିବେ। ପୁଣି ଆସନ୍ତାକାଲି ସକାଳୁ ପାରାବେଡ଼ା ଛକରୁ ବାମୁଣିଗାଁ ପର୍ଯ୍ୟନ୍ତ ପୁଣି ବାଇକ ରାଲି କରି ସହର ପରିକ୍ରମା କରି ଏହି କଂଗ୍ରେସ ନେତା ମାନେ ଯିବାର କାର୍ଯ୍ୟକ୍ରମ ରହିଥିବା ଜୟପୁର ବିଧାୟକ ସୂଚନା ଦେଇଛନ୍ତି। ଏଥି ପାଇଁ ସମଗ୍ର ସହରରେ ହୋଡିଂ, ପୋଷ୍ଟର ଓ ପତ୍ତାକା ଆଦି ଲଗାଯାଇଥିବା ଦେଖିବାକୁ ମିଳିଛି।
[ad_2]