ରାଜନୀତି

ଧର୍ମଶାଳା ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

IBN ଓଡିଶା (ବ୍ୟୁରୋ):-ଯାଜପୁର;ଧର୍ମଶାଳା : ଧର୍ମଶାଳା ବ୍ଲକ ଅଧିନସ୍ଥ କଳ୍ପତରୁ ଦାସ ଷ୍ଟାଡିୟମ ଜାରକାଠାରେ ଧର୍ମଶାଳା ବିଜୁ ମହିଳା ଜନତା ଦଳର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳା ବିଜୁ ମହିଳା ଜନତା ଦଳର ନିର୍ବାଚନ ମଣ୍ଡଳୀ ରସଭାନେତ୍ରୀ ରେଣୁବାଳା ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମସ୍ତ ଅତିଥିବୃନ୍ଦ ଯୋଗ ଦେଇ ସ୍ୱର୍ଗତ ବିଜୁ ପଟନାୟକ ଏବଂ ସ୍ୱର୍ଗତ କଳ୍ପତରୁ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ଯାଜପୁର ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ୍, ପୂର୍ବତନ ସାଂସଦ ରୀତା ତରାଇ, ଜିଲ୍ଲା ସଭାନେତ୍ରୀ ସବିତା ରାଉତ, ଜିଲ୍ଲା ପର୍ୟ୍ୟବେକ୍ଷକ ଭାରତୀ ସିଂ ଯୋଗ ଦେଇଥିଲେ । ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଉକ୍ତ ସଭାରେ ବ୍ଲକ୍ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାରେ ବନଜିନୀ ପରିଡା, ପ୍ରଭାତି ଦାସ, ମୋନାଲିସା ଦାସ, ଶାନ୍ତିଲତା ଦାସ, ଜିଲ୍ଲା ସାଧାରଣ ସମ୍ପାଦିକା ରାଜଶ୍ରୀ ଦାସ, ରାଜ୍ୟ ସମ୍ପାଦିକା ମମତା ଦପାଟ ଓ ୧୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରଣତୀ ଲେଙ୍କା ସଭାରେ ନିଜର ଭାଷଣ ରଖିଥିଲେ । ଧର୍ମଶାଳା ନିର୍ବାଚନ ମଳୀର ୫୪ଗୋଟି ପଞ୍ଚାୟତର ବିଜୁ ମହିଳା ଜନତା ଦଳର ପାୟତ ସଭାନେତ୍ରୀ, ୫୪ଗୋଟି ପାୟତର ସୋସିଆଲ ମିଡିଆ ସଭାନେତ୍ରୀ ଓ ସମସ୍ତ କର୍ମର୍କାମାନେ କାର୍ୟ୍ୟକାରିଣୀ ବୈଠକରେ ସହଯୋଗ କରିଥିଲେ । ଜିଲ୍ଲା ବିଜେଡି ମହାସଚିବ ଡ଼. ପ୍ରିୟନାଥ ମହାପାତ୍ର, ବିଜେଡି ବ୍ଲକ ସଭାପତି ଜଳଧର ମହାନ୍ତି, ରସୁଲପୁର ବ୍ଲକ୍ ସଭାପତି ଅରୁଣ ରାଉତ, ଯୁବ ସଭାପତି କ୍ଷିତୀଶ ନାୟକ, ଛାତ୍ର ସଭାପତି ଜଗଦାନନ୍ଦ ରାଉତ, ଗାର୍ଲସ ୱିଙ୍ଗ ସଭାପତି କ୍ଷୀରାବ୍ଦୀ ତନୟା ମଲ୍ଲିକ୍, ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକାରିଣୀ ବୈଠକରେ ବିଜୁ ମହିଳା ଜନତା ଦଳର କର୍ମୀମାନେ ନାଟକ ପରିବେଷଣ କରିଥିଲେ । ଶେଷରେ ରସୁଲପୁର ବ୍ଲକ୍ ସଭାନେତ୍ରୀ ମମତା ଖୁଣ୍ଟିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button