ରାଜ୍ୟ
ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ସୁପରିଟେଣ୍ଡ ଇଞ୍ଜିନିୟର।
IBN ଓଡିଶା(ବ୍ୟୁରୋ):-ଯାଜପୁର: ଭିଜିଲାନ୍ସ ଜାଲରେ ଜଳ ସଂପଦ ବିଭାଗର ସୁପରିଟେଣ୍ଡଣ୍ଟ ଇଂଜିନିୟର। ବୈତରଣୀ ଜଳ ସମ୍ପଦ ବିଭାଗର ସୁପରିଟେଣ୍ଡଣ୍ଟ ଇଞ୍ଜିନିର ବିଧାନଚନ୍ଦ୍ର ସାହୁ କେନ୍ଦୁଝରରୁ କଟକ ନିଜ ବାସଭବନକୁ ଯିବା ସମୟରେ କାବୁୁ କଲା ଭିଜିଲାନ୍ସ । ଯାଜପୁର ଏନସି କଲେଜ ନିକଟରେ ୧୦ ଲକ୍ଷ ଟଙ୍କା ସହ ବିଧାନଚନ୍ଦ୍ର ସାହୁଙ୍କୁ କାବୁ ଯାଜପୁର ଭିଜିଲାନ୍ସ ବିଭାଗ ସହ କଟକ ଭିଜିଲାନ୍ସ ଏସପିି ଅକ୍ଷୟ ମିଶ୍ର କାବୁ କରିଥିବା ଜଣାପଡ଼ିଛି ।ସେ ଏତେ ଟଙ୍କା କେଉଁଠୁ ଆଣିଲେ ଏବଂ କୁଆଡେ ଯାଉଥିଲେ, ତାହାର ଯାଞ୍ଚ କରୁଛି ଭିଜିଲାନ୍ସ। ତାଙ୍କୁ କଟକ ଭିଜିଲାନ୍ସ ଟିମ ସାଥିରେ ନେଇ ଯାଇଥିବା କଥା ସାମ୍ନାକୁ ଆସିଛି।