ରାଜ୍ୟ

ଘାଟିରୁ ଖସିଲା ଟ୍ରକ: ଡ୍ରାଇଭର ମୃତ; ହେଲ୍ପର ଗୁରୁତର – Ibnodisha

[ad_1]

ଭୁବନେଶ୍ୱର: ରକ୍ତମୁଖା ଦୁଆରଶୁଣି ଘାଟି। ପାଲଟିଛି ଯମ ଫାସ।ଥମିବାର ନାମ ନେଉନି ଦୁର୍ଘଟଣା। ପ୍ରତିଦିନ ଛୋଟ ହେଉକି ବଡ଼ ଦୁର୍ଘଟଣା ଘଟି ବ୍ୟାପକ ଧନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ହେଲେ ପ୍ରତିକାର ଦିଗରେ ସରକାରୀ ସ୍ତରରେ ଉଦ୍ୟମ ହେଉଥିବା ଭଳି ଜଣାପଡୁ ନ ଥିବା ଅଭିଯୋଗ ହେଉଛି। ତେବେ ପୁଣି ମୟୂରଭଞ୍ଜ ଜିଲ୍ଲାର ୪୯ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ମାଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା। ଫଳରେ ରାସ୍ତାଜାମ ହୋଇ ଗାଡ଼ି ଚଳାଚଳ ବନ୍ଦ ହେବାରୁ ଉଭୟ ପାର୍ଶ୍ଵ ରାସ୍ତା କଡରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ଖବରପାଇ ବାଙ୍ଗିରିପୋଷି ଥାନା ପୋଲିସ ସହିତ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଆଉ ଟ୍ରକରେ ଚାପି ହୋଇ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ଟ୍ରକ ତଳେ ଚାପି ହୋଇଥିବା ହେଲ୍ପରକୁ ବାଙ୍ଗିରିପୋଷି ଥାନା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ ମିଳିତ ଭାବେ ଉଦ୍ଧାର କରିଥିଲେ। ପରେ ପୋଲିସ ଭ୍ୟାନରେ ସ୍ଥାନୀୟ ବାଙ୍ଗିରିପୋଷି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ଟ୍ରକଟିର ନଂ ଡବ୍ଲୁ ବି ୫୮ ଡ଼ି ୪୮୧୯ ହୋଇଥିଲା ବେଳେ ଏଥିରେ ସ୍ପଞ୍ଜ ଆଇରନ ନେଇ କଲକାତା ଅଭିମୁଖେ ଯାଉଥିଲା। ମାତ୍ର ୪୯ ନଂ ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟରୁ ଅହ୍ଲାଉ ଥିବା ବେଳେ ଦୁର୍ଘଟଣା ଘଟିଥିଲା। ହେଲେ ଡ୍ରାଇଭର ଓ ହେଲ୍ପରଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button