ରାଜ୍ୟ

ସମ୍ଭାବ୍ୟ ବର୍ଷା ପାଇଁ ବିଏମ୍‌ସିର ପ୍ରସ୍ତୁତି: କର୍ମଚାରୀଙ୍କ ଛୁଟି ବାତିଲ୍‌ – Ibnodisha

[ad_1]

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଯୋଗୁଁ ୬ ତାରିଖରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯିବା ପରେ ବିଏମ୍‌ସି ଜଳ ନିଷ୍କାସନକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି। ଏହି ମର୍ମରେ ଏକ ପ୍ରସ୍ତୁତି ବୈଠକ ବିଏମ୍‌ସିରେ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କମିସନର ବିଜୟ ଅମୃତା କୁଲାଙ୍ଗେ ପାଣିପାଗ କାର୍ଯ୍ୟାଳୟର ସୂଚନା ବାବଦରେ ଅବଗତ କରିଥିଲେ। ଗତ ଜୁଲାଇରେ ବର୍ଷା ସମୟରେ ଜଳମଗ୍ନ ହୋଇଥିବା ଅଞ୍ଚଳ ଉପରେ କଡ଼ା ନଜର ରଖିବାକୁ କୁହାଯାଇଥିଲା। ପ୍ରଥମାଷ୍ଟମୀ ପାଇଁ ମଙ୍ଗଳବାର ଥିବା ଛୁଟିକୁ ବାତିଲ କରାଯିବା ସହ ଅଧିକାରୀମାନେ ମୁଖ୍ୟାଳୟ ନ ଛାଡ଼ିବା ପାଇଁ କୁହାଯାଇଥିଲା। ସମ୍ଭାବ୍ୟ ବାତ୍ୟାର ଅଗ୍ରଗତିକୁ ଦେଖି ଆଉ ଏକ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲାଯାଇ ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କର ଅଭିଯୋଗ ଗ୍ରହଣ ସହ ସମସ୍ୟା ସମାଧାନ କରାଯିବ ବୋଲି କୁହାଯାଇଛି। କୌଣସି ପରିସ୍ଥିତିରେ ନାଗରିକଙ୍କୁ ଭୟଭୀତ ନ କରିବା ପାଇଁ ମେୟର ଅନୁରୋଧ କରିଛନ୍ତି। ବୈଠକରେ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଶୁଭେନ୍ଦୁ କୁମାର ସାହୁ, ସଂଯୁକ୍ତ ବିଭାଗୀୟ ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button