ଦୁଇ ଝିଅ ଏବଂ ପତ୍ନୀଙ୍କୁ ଗୁଳି କରି ମାରିବା ପରେ ନିଜକୁ ଶେଷ କରିଦେଲେ କନେଷ୍ଟବଳ – Ibnodisha

[ad_1]
ଅମରାବତୀ : ଆନ୍ଧ୍ରପ୍ରଦେଶ ପୋଲିସ ବିଭାଗର ଜଣେ ହେଡ୍ କନେଷ୍ଟବଳ ସ୍ତ୍ରୀ ଏବଂ ଦୁଇ ଝିଅଙ୍କୁ ଗୁଳି କରି ମାରିବା ପରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଗତକାଲି ରାତି ୧୧ଟା ଯାଏଁ କାମ କରିବା ପରେ ପୋଲିସ ଷ୍ଟେସନରୁ ଏକ ପିସ୍ତଲ ଏବଂ କିଛି ରାଉଣ୍ଡ ଗୁଳି ନେଇ ଘରକୁ ଯାଇଥିଲେ ହେଡ କନେଷ୍ଟବଳ । ତେବେ ଘରୋଇ କାରଣ ପାଇଁ ହେଡ କନେଷ୍ଟବଳ ନିଜ ପରିବାର ଏବଂ ନିଜକୁ ଶେଷ କରିଦେଇଥିବା ନେଇ ପୋଲିସ କହିଛି । ମୃତକ ଭେଙ୍କଟାଶ୍ୱାରଲୁ କଡାପା-ଟୁ ଟାଉନ୍ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ ।
ସେ ଥାନାରୁ ପିସ୍ତଲ ଏବଂ ଗୁଳି ନେଇ ଘରକୁ ଯାଇଥିଲେ । ଘରେ ୨୦ ବର୍ଷର ଝିଅ ଏବଂ ଦଶମ ଶ୍ରେଣୀରେ ପଢ଼ୁଥିବା ସାନ ଝିଅକୁ ଗୁଳି କରି ମାରିବା ସହ ନିଜ ୪୫ ବର୍ଷୀୟା ପତ୍ନୀଙ୍କୁ ଗିଳି କରିଦେଇଥିଲେ । ତାପରେ ଭେଙ୍କଟାଶ୍ୱାରଲୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ନେଇ କଡାପା-ଟୁ ଥାନାର ଏସଆଇ ଏମଡି ଶରିଫ୍ ପିଟିଆଇକୁ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଭେଙ୍କଟାଶ୍ୱାରଲୁ ଶେୟାର ବଜାରରେ ଲଗାଇଥିବା ଅର୍ଥ ବୁଡ଼ିଯାଇଥିବା ବେଳେ ତାଙ୍କ ଘରେ ମଧ୍ୟ ଅସୁବିଧା ଥିଲା । ସେପଟେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଏହା ସହ କଡାପା ଏସପି ସିଦ୍ଧାର୍ଥ କୌଶଳ ଭେଙ୍କଟାଶ୍ୱାରଲୁଙ୍କ ଘରକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି ।
[ad_2]