ଦେଶ

କାନାଡ଼ା ପ୍ରସଙ୍ଗ ଭାରତ-ଆମେରିକା ସମ୍ପର୍କକୁ ପ୍ରଭାବିତ କରିବନି – Ibnodisha

[ad_1]

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ଦେଖାଦେଇଥିବା ରାଜନୈତିକ ବିବାଦ ନୂଆଦିଲ୍ଲୀ ଓ ୱାଶିଂଟନ୍ ମଧ୍ୟରେ ଥିବା ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ବୋଲି ଭାରତରେ ଥିବା ଆମେରିକୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ସୂଚନାଯୋଗଏ କାନାଡା ବିବାଦକୁ ନେଇ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହୋଇପାରେ ବୋଲି ଆମେରିକୀୟ ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ବିଦେଶ ବିଭାଗକୁ ସୂଚନା ଦେବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଭାରତ ସହିତ ଆଲୋଚନାକୁ ହ୍ରାସ କରିବା ଆବଶ୍ୟକ ବୋଲି କହିଥିବା ୱାଶିଂଟନ୍ ଆଧାରିତ ୱେବ୍‌ସାଇଟ୍ ପଲିଟିକୋର ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ।

ତେବେ ଆମେରକୀୟ ଦୂତାବାସ ପକ୍ଷରୁ ଏହାକୁ ଦୃଢ଼ ଭାବେ ଖଣ୍ଡନ କରାଯିବା ସହିତ ଭାରତ ଓ ଆମେରିକା ସରକାର ଓ ଜନତାଙ୍କ ମଧ୍ୟରେ ଭାଗିଦାରୀକୁ ଗଭୀର କରିବା ନିମନ୍ତେ ରାଷ୍ଟ୍ରଦୂତ ଗାର୍ସେଟି କଠିନ ପରିଶ୍ରମ କରୁଛନ୍ତି ବୋଲି କୁହାଯାଇଛି । ଏଥିରେ ଆହୁରି କୁହାଯାଇଛି, ଗାର୍ସେଟିଙ୍କ ବ୍ୟକ୍ତିଗତ କାର୍ଯ୍ୟସୂଚୀ ଓ ସାର୍ବଜନୀନ କାର୍ଯ୍ୟକ୍ରମ ଭାରତ ସହିତ ଆମେରିକାର ଗୁରୁତ୍ୱପୂର୍ଣ୍ଣ ସମ୍ବନ୍ଧ, ରଣକୌଶଳ ଏବଂ ପରିଣାମୀ ଭାଗିଦାରୀକୁ ଆଗେଇ ନେବାରେରେ ସହାୟତା କରୁଛି । ଉଲ୍ଲେଖଯୋଗ୍ୟ ବାଇଡେନ୍ ପ୍ରଶାସନ ଭାରତ-କାନାଡା ବିବାଦକୁ ଗମ୍ଭୀରତାର ସହିତ ନେବାରୁ ଦୂରେଇ ରହୁଛି । ଭାରତ ଓ କାନାଡା ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ଏହି ପ୍ରସଙ୍ଗର ସମଧାନ କରନ୍ତୁ, ଏହା ଏବେ ବି ଆମେରିକାର ଷ୍ଟାଣ୍ଡ୍ ରହିଆସିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button