ଅପରାଧ

ଗୋଲ୍ଡେନ ବାବା ନାଁରେ ପ୍ରାୟ ୩ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ – Ibnodisha

[ad_1]

ଭୁବନେଶ୍ୱର : ଗୋଲ୍ଡେନ ବାବା ନାଁରେ ଚାର୍ଜସିଟ ଦାଖଲ। ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ ପିଏମ୍‌ଏଲ୍‌ଏ କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଇଡି। ପ୍ରାୟ ୩ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି। କମ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ବ୍ୟବସାୟୀଙ୍କୁ ଠକୁଥିଲା ଗୋଲଡେନ ବାବା। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡପ କରିଛି। ଏହି ଠକେଇ ଟଙ୍କାରେ ସେ ଅଏସ୍ କରୁଥିଲା। ୨୦୧୮ରେ କେନ୍ଦୁଝରର ଜଣେ ବ୍ୟବସାୟୀଙ୍କୁ ଠକିଥିଲା। ୨୦୧୯ରେ ଇଡି ଏହି ମାମଲାର ତଦନ୍ତ କରିଥିଲା। ପୂର୍ବରୁ ଗୋଲଡେନ ବାବାର ୧ କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିବା ସହ ୫୩ଲକ୍ଷ ଟଙ୍କା ଫ୍ରିଜ୍ କରିଛି ଇଡି। ଏହାସହ ୨ଟି ଦାମୀ ଗାଡ଼ି ମଧ୍ୟ ଜବତ କରିଛି। ଏହାର ବାଜ୍ୟାପ୍ତି ପାଇଁ ଚିଠି ଲେଖିବ ଇଡି। କେନ୍ଦୁଝରର ମୂଳ ନିବାସୀ ଗୋଲଡେନ୍ ବାବା ଭୁବନେଶ୍ବର ନିଳାଦ୍ରୀ ବିହାରରେ ଆଲିସାନ୍ ବଙ୍ଗଳା କରି ରହୁଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button