ରାଜ୍ୟ

ଘାସ ମାରିବା ପାଇଁ ବ୍ୟବହାର ହେଉଥିବା ବିଷାକ୍ତ ପାରାକ୍ବେଟ ନିଷିଦ୍ଧ – Ibnodisha

[ad_1]

ବ୍ୟୁରୋ : ବିଷାକ୍ତ ପାରାକ୍ବେଟ ବ୍ୟବହାର ନିଷିଦ୍ଧ। ଘାସ ମାରିବା ପାଇଁ ବ୍ୟବହାର ହେଉଥିବା ବିଷାକ୍ତ ପାରାକ୍ବେଟକୁ ନିଷିଦ୍ଧ କରିଛନ୍ତି ରାଜ୍ୟ ସରକାର। ଉଭୟ ପ୍ରାଣୀଜଗତ ଓ ପରିବେଶ ସୁରକ୍ଷା ଦୃଷ୍ଟିରୁ କୃଷି ବିଭାଗ ଏପରି ନିଷ୍ପତ୍ତି ନେଇଥିବା ଘୋଷଣା କରାଯାଇଛିି। ମୋ ସରକାର ବ୍ୟବସ୍ଥାରେ ଜନସାଧାରଣଙ୍କଠାରୁ ମିଳିଥିବା ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ବିଶେଷଜ୍ଞଙ୍କ ମତାମତ ନିଆ ଯାଇଥିଲା। ପରେ ଏହା ଉପରେ ଅଙ୍କୁଶ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ କୃଷି ବିଭାଗ ଏହାର କାର୍ଯ୍ୟାନ୍ବୟନ କରିଛି। ଏହି ବିଷାକ୍ତ ରାସାୟନିକ ପଦାର୍ଥ ବିକ୍ରୟ, ମହଜୁଦ, ବିତରଣ , ଉତ୍ପାଦନ ଓ ବ୍ୟବହାରକୁ ସାରା ରାଜ୍ୟରେ ନିଷିଦ୍ଧ କରାଯାଇଛି। ଅନାବନା ଘାସକୁ ନଷ୍ଟ କରିବା ପାଇଁ ପାରାକ୍ବେଟ ବ୍ୟବହାର କରାଯାଇଥାଏ ।

ଏହାର କୁପ୍ରଭାବ ମାଟି ଉପରେ ରହୁଥିବ କୀଟ, ପତଙ୍ଗ, ମଣିଷ ଓ ପ୍ରାଣୀଙ୍କ ଉପରେ ପଡୁଛି। ତେଣୁ ଏହାକୁ ନିଷିଦ୍ଧ କରିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଅନେକ ଲୋକ ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ନିବେଦନ କରିଥିଲେ। କୀଟନାଶକ ଅଧିନିୟମ ଅନୁଯାୟୀ ୧୯୬୮ର ନିୟମରେ ନିଷେଧାଜ୍ଞାକୁ ପ୍ରାଥମିକ ଭାବେ ଦୁଇ ମାସ ପାଇଁ ଲାଗୁ କରାଯାଇଛି । ଗବେଷଣା ପ୍ରତିଷ୍ଠାନ ଏବଂ ଅନ୍ୟ ଅଂଶୀଦାରଙ୍କ ଠାରୁ ଏ ସମ୍ପର୍କରେ ମତାମତ ନିଆଯିବ। ଏହା ପରେ ରାଜ୍ୟ ସରକାର ଓଡ଼ିଶାରେ ଏହାର ସ୍ଥାୟୀ ନିଷେଧାଦେଶ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button