ରାଜ୍ୟ

ସାପ କାମୁଡ଼ାରେ ନାବାଳକର ମୃତ୍ୟୁ – Ibnodisha

[ad_1]

ରାଜଗାଙ୍ଗପୁର: ସାପ କାମୁଡ଼ାରେ ନାବାଳକ ଆଖି ବୁଜିଲା। ପୁଅର ମୃତଦେହ ଦେଖି ହୃଦଘାତରେ ମା’ଙ୍କର ମୃତ୍ୟୁ ହେଲା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଢେଙ୍ଗୁରପାଣି ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି। ମୃତ ନାବାଳକ ହେଲା ଜ୍ଞାନଦୀପ କୁଜୁର (୬) ଓ ମା’ ସୁକାନ୍ତୀ।

ଗତକାଲି ବୁଢ଼ାମ୍ବ ପଞ୍ଚାୟତ ଢେଙ୍ଗୁରପାଣି ଗ୍ରାମର ବାସିନ୍ଦା ଜନ ଅମିତ କୁଜୁରଙ୍କ ବଡ଼ ପୁଅ ଜ୍ଞାନଦୀପ ଖେଳୁଥିବା ସମୟରେ ଗୋଡ଼ରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଏହା ଜାଣି ପାରି ପରିବାର ଲୋକ ଜ୍ଞାନଦୀପକୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ମୃତଦେହକୁ ପୁନଶ୍ଚ ପରିବାର ଲୋକ ଝଡାଫୁଙ୍କା କରିବା ପାଇଁ ଘରକୁ ନେଇଥିଲେ ବୋଲି ଅଭିଯୋଗ ହୋଇଛି।

ତେବେ ପୁଅର ମୃତଦେହକୁ ଦେଖି ମା’ ସୁକାନ୍ତୀ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ମଧ୍ୟ ପରିବାର ଲୋକ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ସୁକାନ୍ତୀଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ସୁକାନ୍ତୀଙ୍କ ହୃଦଘାତରୁ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଜ୍ଞାନଦୀପ ଓ ସୁକାନ୍ତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ରଖାଯାଇଛି। ପୁଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button