ରାଜ୍ୟ

ବିଇଡି ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ – Ibnodisha

[ad_1]

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଇଡି ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବଳକା ଥିବା ସିଟ୍‌ରେ ନାମଲେଖା ପାଇଁ ଅକ୍ଟୋବର ୬ ଅର୍ଥାତ ଆସନ୍ତାକାଲି ତାରିଖରେ ୱେଟିଂ ତାଲିକା ପ୍ରକାଶ ପାଇବ । ତାଲିକା ଅନୁଯାୟୀ ୭ରୁ ୯ ତାରିଖ ମଧ୍ୟରେ ଆଶାୟୀ ଛାତ୍ରଛାତ୍ରୀ ରିପୋର୍ଟିଂ କରିବା ସହ ଆବଶ୍ୟକ କାଗଜପତ୍ର ଦାଖଲ କରିବେ ।

ଦ୍ୱିତୀୟ ପର୍ଯାୟ ସ୍ପଟ୍ ନାମଲେଖା ପାଇଁ ଆସନ୍ତା ୧୨ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ । ଏହାର ନାମଲେଖା ୧୩ ରୁ ୧୬ ମଧ୍ୟରେ ଅନୁଷ୍ଠିତ ହେବ । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର ପିଜି ପରିଷଦ ଅଧ୍ୟକ୍ଷ ଓ ବିଇଡି କଲେଜର ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ସେହିପରି +୩ ନାମଲେଖା ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୱେଟିଂ ଲିଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତା ୧୦ ତାରିଖ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button