ରାଜ୍ୟ

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ – Ibnodisha

[ad_1]

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଡିମିରିଡିହା ଗ୍ରାମର ସୁନୀଲ କୁମାର ନାଏକ (୨୬)କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ନାବାଳିକାଙ୍କ ବାପାମା’ କୋଇଡ଼ାରେ ଶ୍ରମିକ ଭାବେ କାମ କରୁଥିଲେ। ୧୬ ବର୍ଷୀୟା ନାବାଳିକା ଗ୍ରାମରେ ନିଜ ବଡ଼ବାପାଙ୍କ ଘରେ ରହି ପାଠ ପଢ଼ୁଥିଲେ। ୨୦୨୧ ନଭେମ୍ବର ୨୧ ତାରିଖ ସନ୍ଧ୍ୟାରେ ଘରେ କେହି ନଥିବାର ସୁଯୋଗ ନେଇ ସୁନୀଲ ନାବାଳିକାଙ୍କୁ ଅପହରଣ କରିଥିଲା। ଏକ ଭଡ଼ାଘରକୁ ନେଇ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା। ବଡ଼ବାପା ଘରକୁ ଫେରି ଝିଅକୁ ନପାଇବାରୁ ଖୋଜାଖୋଜି କରିଥିଲେ। ତାଙ୍କର କୌଣସି ସନ୍ଧାନ ନ ପାଇବାରୁ କେନ୍ଦୁଝର ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନମ୍ବର ୫୪୫/୨୦୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ୨୦୨୨ ଜାନୁଆରି ୭ରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା। ଏହି ମାମଲାରେ ବିଚାରପତି ୧୭ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତ୍ତିକରି ଦୋଷୀକୁ ୨୦ ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ୍‌ ବୋଲି କୋର୍ଟ ରା‌ୟ ଦେଇଛନ୍ତି। ଏଥିସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପ୍ରଦାନ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button