ଅପରାଧ
ମହାଦେବ ବେଟିଂ ଆପ ମାମଲା : ଆଜି ଇଡିରେ ହାଜର ହୋଇପାରନ୍ତି ଅଭିନେତ୍ରୀ ଶ୍ରଦ୍ଧା – Ibnodisha

[ad_1]
ମହଙ୍ଗା ପଡିଲା ଠକ ସଂସ୍ଥା ପାଇଁ ପ୍ରଚାର ପ୍ରସାର । ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପରେ ଅନ୍ୟ କିଛି ସେଲିବ୍ରିଟିଙ୍କୁ ମଧ୍ୟ ନୋଟିସ୍ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । କମେଡି କିଙ୍ଗ୍ କପିଲ ଶର୍ମା, ଅଭିନେତ୍ରୀ ହୁମା କୁରେଶି ଏବଂ ହିନା ଖାନଙ୍କୁ ଇଡି ନୋଟିସ୍ ଜାରି କରିଛି । ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ ଏହି ବଲିଉଷ୍ଟ ସେଲିବ୍ରିଟିଙ୍କୁ ଡାକରା ପରେ ବଲିଉଡରେ ଆତଙ୍କ ଖେଳିଯାଇଛି । ଏମାନଙ୍କର ଭୂମିକା କ’ଣ, ଠକେଇରେ ଏମାନଙ୍କର କଣ ସମ୍ପୃକ୍ତି ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । କପିଲ ଶର୍ମା, ହୁମା କୁରେଶି ଓ ହୀନା ଖାନଙ୍କ ଭିନ୍ନ ଭିନ୍ନ ତାରିଖରେ ହାଜର ହେବା ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ନୋଟିସ୍ କରିଥିବା ଜଣାପଡିଛି । ବଡ଼଼ କଥା ହେଉଛି ମହାଦେବ ଅନଲାଇନ ବେଟିଂ ଆପ୍ ମାମଲାରେ ୧୫ରୁ ଅଧିକ ବଲିଉଡ ସେଲିବ୍ରିଟି ପ୍ରବର୍ତନ ନିର୍ଦ୍ଦେଶାଳୟ ରାଡାରରେ ଥିବା ସୂଚନା ମିଳିଛି ।
[ad_2]