ରାଜ୍ୟ

ବ୍ୟାସନଗର ମହାବିଦ୍ୟାଳୟ, ୨ୟ ଥର କଲେଜ ପହଁଚି ତନାଘନା କଲା ତଦନ୍ତକାରୀ ଦଳ – Ibnodisha

[ad_1]

ଭୁୁବନେଶ୍ୱର:  ବ୍ୟାସନଗର ମହାବିଦ୍ୟାଳୟର ଜନୈକା ଛାତ୍ରୀ ଯାଜ୍ଞସେନୀ ମହାପାତ୍ର(ଛଦ୍ମନାମ)ଙ୍କ କଲେଜ ପରିଚାଳନା କମିଟି ସଭାପତି,ଛାତ୍ରୀନିବାସ ଅଧୀକ୍ଷିକାଙ୍କ ନାମରେ ଅଭିଯୋଗର ତଦନ୍ତ ନିମନ୍ତେ ତଦନ୍ତକାରୀ ଦଳ ଶୁକ୍ରବାର ପ୍ରଥମ ଦଫାରେ ପହଁଚି ବିଭିନ୍ନ ଦିଗ ଉପରେ ତଦନ୍ତ କରି ଫେରିବା ପରେ ମଙ୍ଗଳବାର ପୁନଃ ଏହି ୩ ଜଣିଆ ଟିମ (ସହକାରୀ ଜିଲ୍ଲାପାଳ କାଜଲ ପ୍ରଧାନ,ଅସ୍ମିତା ଦାସ ଏବଂ ଏପିଡି ରଶ୍ମିରେଖା ପ୍ରଧାନ)କଲେଜକୁ ଆସି ତଦନ୍ତ କରିଛନ୍ତି । ତଦନ୍ତ ସମୟରେ ବିଭିନ୍ନ ସମୟରେ କଲେଜରେ ଘଟିଥିବା କାର‌୍ୟ୍ୟର ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରିବା ସହିତ ପରିଚାଳନା କମିଟି ସଭାପତି ଏବଂ ଜନୈକ ଅଧ୍ୟାପିକାଙ୍କ ଅଭିଯୋଗ ଅନୁସାରେ ବିଶୃଙ୍ଖଳିତ ଆଚରଣ ଏବଂ କଲେଜର ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଥିବା କିଛି ଅଧ୍ୟାପକଙ୍କୁ କାରଣ ଦର୍ଶାଅ ଦେବାର ପ୍ରତିଫଳନ ସ୍ୱରୂପ ଏଭଳି ଅଭିଯୋଗ କରି କଲେଜର ଗାରିମା ନଷ୍ଟ କରାଯାଉଛି ବୋଲି କହିଥିଲେ । ମଙ୍ଗଳବାର ତଦନ୍ତ ସମୟରେ ଏହି ତଦନ୍ତକାରୀ ଦଳ ପ୍ରଥମେ ଏହି ଦିଗ ଉପରେ ନଜର ଦେବା ସହିତ କେଉଁ ଅଧ୍ୟାପକଙ୍କ ଉପରେ କି ପ୍ରକାର ଅଭିଯୋଗ ରହିଥିଲା ଏବଂ କି ପ୍ରକାର କାର‌୍ୟ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି ସେନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ । ତଦନ୍ତ ସମୟରେ ମଧ୍ୟ ବିଗତ ବର୍ଷମାନଙ୍କରେ କଲେଜର ଛାତ୍ରୀ ନିବାସ ଦାୟିତ୍ୱରେ ରହିଥିବା ଅଧୀକ୍ଷକ,ୱାର୍ଡେନଙ୍କଠାରୁ ପୂର୍ବ ଘଟଣା ସମ୍ପର୍କରେ ତଥ୍ୟ ନେଇଥିବା ସୂଚନା ମିଳିଛି ।

ସେହିପରି ବିଭିନ୍ନ ସମୟରେ କଲେଜରୁ ବଦଳି ହୋଇତିବା ଅଧ୍ୟାପକ,ଅଧ୍ୟାପିକା ଏବଂ ତଡା ଖାଇଥିବା କିଛି କର୍ମଚାରୀଙ୍କଠାରୁ କଲେଜର ପଂଜିକା ନେଇ ମଧ୍ୟ ତଥ୍ୟ ନେବା ସହିତ ଘଟଣା ସହିତ ମେଳ ଖୁଆଉଥିବା ଜଣାପଡିଛି,ଏପରିକି କିଛି ଅଧ୍ୟାପକଙ୍କ ପଂଜିକା ସମ୍ପର୍କରେ କିଛି ଛାତ୍ରୀଛାତ୍ରୀଙ୍କଠାରୁ ମଧ୍ୟ ତଦନ୍ତକାରୀ ଦଳ ତଥ୍ୟ ସଂଗ୍ରହ କରିଛି । ସୂଚନା ମୁତାବକ କଲେଜର ଜନୈକ ଅଧ୍ୟାପିକାଙ୍କୁ ଅସଦ୍ ବ୍ୟବହାର ପରେ କଲେଜରେ ତଡି ଦିଆଯିବା ନେଇ ଆସିଥିବା ଅଭିଯୋଗ ଉପରେ ତଦନ୍ତ ପାଇଁ ମଙ୍ଗଳବାର ତଦନ୍ତକାରୀ ଦଳ କଲେଜର ମନସ୍ତତ୍ୱ ବିଭାଗରେ ପହଁଚି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ହାସଲ କରିଛି । ଏପରକି କିଛି ଛାତ୍ରଙ୍କଠାରୁ ଘଟଣା ସମ୍ପର୍କରେ ମତ ନେଉଥିବା ବେଳେ ବାଣିଜ୍ୟ ବିଭାଗର ଛାତ୍ରମାନେ କଲେଜର ପରିଚାଳନା କମିଟି ସଭାପତିଙ୍କୁ ତୁରନ୍ତ ବହିଷ୍କାର କରିବା ନେଇ ଲିଖିତ ଭାବେ ଦାବି ଜଣାଇଥିବା ସୂଚନା ମିଳିଛି । ଏନେଇ କଲେଜର ଆଲୁମିନି ସଭାପତି ବିଦ୍ୟାଧର ମହାନ୍ତି କହିଛନ୍ତି ଯେ ଯେଉଁମାନଙ୍କ ନାମରେ ଅଭିଯୋଗ ରହିଛି ସେମାନଙ୍କୁ କାର‌୍ୟ୍ୟାନ୍ତର କରି ତଦନ୍ତ କଲେ ତଦନ୍ତ ନିରପେକ୍ଷ ହେବା ସହିତ ସ୍ୱଛତା ବଜାୟ ରହିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button