ଦେଶ

ଟେଲିଭିଜନ ବିସ୍ଫୋରଣରେ ଦମ୍ପତିଙ୍କ ମୃତ୍ୟୁ; ଛଅମାସ ପୂର୍ବରୁ ହୋଇଥିଲା ବିବାହ – Ibnodisha

[ad_1]

ନୂଆଦିଲ୍ଲୀ: ଆଗ୍ରାର ଫତେହପୁର ସିକରିରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଟେଲିଭିଜନ ବିସ୍ଫୋରଣ ହେତୁ ଦମ୍ପତିଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମୃତ ଦମ୍ପତିଙ୍କ ନାମ ଟିକମ ସିଂହ(୨୬) ଓ ମିଥିଲେଶ ସିଂହ(୨୨) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତବୁଧବାର ସନ୍ଧ୍ୟାରେ ଟିକମ ସିଂହ ତାଙ୍କ ସ୍ତ୍ରୀ ମିଥିଲେଶଙ୍କ ସହିତ ବସି ଟିଭି ଦେଖୁଥିଲେ। ଏହି ସମୟରେ କେହି କିଛି ବୁଝିବ‌ା ପୂର୍ବରୁ ଟେଲିଭିଜନ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ନିଆଁ ଘରସାର ମାଡ଼ି ଯାଇଥିଲା। ଫଳରେ ଘରୁ ଟିକମ ଓ ମିଥିଲେଶ ବାହାରି ପାରି ନଥିଲେ। ଘର ଭିତରେ ନିଆଁରେ ଜଳି ଯାଇଥିଲେ ଦମ୍ପତି।

ଏହି ଅଗ୍ନିକାଣ୍ଡ ସମ୍ପର୍କରେ ପଡ଼ିଶାଲୋକ ଜାଣିବା ପରେ ସେମାନେ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଟିକମ ଓ ମିଥିଲେଶଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପୁଲିସ ଦମ୍ପତିଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ପରିବାରଲୋକଙ୍କ କହିବାନୁସାରେ, ଟିକମ ଓ ମିଥିଲେଶଙ୍କ ବିବାହ ଛଅମାସ ପୂର୍ବରୁ ହୋଇଥିଲା। ଦୁହେଁ ଖୁବ ସହଖୁସିରେ ସଂସାର ଗଢ଼ୁଥି‌ଲେ। କିନ୍ତୁ ହଠାତ ଦୁହିଁଙ୍କ ଜୀବନରେ ଏମିତି ଏକ ଦୁର୍ଘଟଣା ଘଟିବ ତାହା କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button