ଦେଶ

ବଜେଟ: ୯-୧୪ ବର୍ଷ ବୟସର ବାଳିକାମାନଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଆରମ୍ଭ ହେବ – Ibnodisha

[ad_1]

ନୂଆଦିଲ୍ଲୀ: ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନା କରିଛନ୍ତି ନିର୍ମଳା ସୀତାରମଣ । ଅର୍ଥପେଡିକୁ ନେଇ ଭଲ ଆଶାରେ ଥିବା ସବୁ ବର୍ଗଙ୍କ ପାଇଁ ବଜେଟ ଉପସ୍ଥାପିତ ହୋଇଛି । ବଜେଟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୃଦୁଢ କରିବା ନେଇ ଗୁରୁତ୍ବ ଦିଆଯାଇଛି । ସ୍ବାସ୍ଥ୍ୟ ବିଭାଗର ବିକାଶକୁ ନେଇ ବଜେଟରେ ଅନେକ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଗର୍ଭାଶୟ କର୍କଟକୁ ରୋକିବା ପାଇଁ ୯-୧୪ ବର୍ଷ ବୟସର ବାଳିକାମାନଙ୍କ ପାଇଁ ମାଗଣା ଟିକାକରଣ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନର ଆରମ୍ଭ ମିଶନ ‘ଇନ୍ଦ୍ରଧନୁଷ’ ଅଧୀନରେ ଆରମ୍ଭ ହେବ ।

ବଜେଟରେ ଆୟୁଷ୍ମାନ ଭାରତ ଯୋଜନା ନେଇ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ମେଡିକାଲ କଲେଜ ବୃଦ୍ଧି କରିବା ସହିତ ଆୟୁଷ୍ମାନ ଭାରତ ଯୋଜନାରେ ଆଶା ଏବଂ ଅଙ୍ଗନଓ୍ବାଡିକର୍ମୀଙ୍କୁ ସାମିଲ କରାଯିବା ନେଇ ବଜେଟ ଉପସ୍ଥାପନା ସମୟରେ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।

ସୀତାରମଣ କହିଛନ୍ତି ଆୟୁଷ୍ମାନ ଭାରତ ଯୋଜନାର ପରିସରକୁ ଆହୁରି ବିସ୍ତାର କରାଯିବ । ଏହାର ସୁବିଧା ଗରିବ ପରିବାର ତଥା ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କୁ ଦିଆଯିବ । ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବେ ଆଶା ଏବଂ ଅଙ୍ଗନବାଡି କର୍ମୀ । ଏହି ଯୋଜନାର ସମସ୍ତ ଲାଭ ପାଇବେ ଏହି କର୍ମୀ । ୯ରୁ ୧୪ ବର୍ଷର ବାଳିକାଙ୍କୁ ଦିଆଯିବ ସର୍ଭାଇକଲ କ୍ୟାନ୍ସର ନିରୋଧୀ ଟିକା । ସୀତାରମଣ କହିଛନ୍ତି ଆମ ସରକାର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୃଦୁଢ କରିବା ପାଇଁ କାର୍ୟ୍ୟ ଜାରି ରଖିଛନ୍ତି । ମେଡିକାଲ କଲେଜ ବୃଦ୍ଧି ସହିତ ହସ୍ପିଟାଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଇବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ଆଗାମୀ ଦିନରେ ମେଡିକାଲରେ ସମସ୍ତ ପ୍ରକାର ବିଭାଗ ଖୋଲିବ । ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ଏକ କମିଟି ଗଠନ କରାଯିବ । ସେମାନେ ସମସ୍ୟାର ଯାଞ୍ଚ କରିବା ସହିତ ପ୍ରାସଙ୍ଗିକ ପରାମର୍ଶ ଦେବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button