ରାଜ୍ୟ
ସ୍କୁଲରୁ ନିଖୋଜ ଦୁଇ ଛାତ୍ରୀ ପୁରୀରୁ ଉଦ୍ଧାର – Ibnodisha

[ad_1]
ଭୁବନେଶ୍ୱର : ଭୁବନେଶ୍ୱରରୁ ନିଖୋଜ ଦୁଇ ସ୍କୁଲ ଛାତ୍ରୀ ପୁରୀରୁ ଉଦ୍ଧାର। ଗତକାଲି ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଘାଟିକିଆ ପ୍ରାଥମିକ ସ୍କୁଲର ଦୁଇ ଛାତ୍ରୀ ସ୍କୁଲ ଯାଇ ଆଉ ଘରକୁ ଫେରି ନଥିଲେ। ଘରକୁ ଫେରିବା ବିଳମ୍ବ ହେବାରୁ ସ୍କୁଲରେ ଯାଇ ଖୋଜାଖୋଜି କରିବା ସହ ସାଙ୍ଗସାଥୀଙ୍କୁ ପଚରାଉଚରା କରିଥିଲେ ପରିବାର ଲୋକେ। ହେଲେ ଦୁଇ ଝିଅଙ୍କର କୌଣସି ପତ୍ତା ମିଳିନଥିଲା। ଏ ସଂପର୍କରେ ଭରତପୁର ଥାନାରେ ଅଭିଯୋଗ କରିଥିଲେ ଜଣେ ଛାତ୍ରୀଙ୍କ ମାଆ। ଝିଅକୁ ଖୋଜି ଦେବାକୁ ପୁଲିସକୁ ନିବେଦନ କରିଥିଲେ।ପୁଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରିଥିଲା। ଦୁଇ ଛାତ୍ରୀ ଟ୍ରେନ ଯୋଗେ ପୁରୀ ଯାଇଥିବା ଜଣାପଡ଼ିଥିଲା। ୨ ଛାତ୍ରୀଙ୍କୁ ଆଜି ପୁରୀରୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ଦୁଇ ଛାତ୍ରୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ମଧ୍ୟ ସେମାନଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି।
[ad_2]