ରାଜ୍ୟ

ଏଏଚ୍‌ଆର୍‌ସିସିରେ ଦୁଇ ଲିନିଅର ଆକ୍ସିଲେଟର ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ; ଓଡ଼ିଶା ହେବ ପୂର୍ବ ଭାରତରେ କର୍କଟ ଚିକିତ୍ସାର ହବ୍ – Ibnodisha

[ad_1]

ଭୁବନେଶ୍ୱର: ବିଭିନ୍ନ ଜନସ୍ୱାସ୍ଥ୍ୟ ଅନୁଷ୍ଠାନର ଭିତ୍ତିଭୂମି ମଜବୁତ୍ କାରଣରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିିଶାର ବ୍ୟାପକ ପରିବର୍ତ୍ତନ ଘଟୁଛି । ସେଥିପାଇଁ ଓଡ଼ିଶା ପୂର୍ବ ଭାରତରେ କର୍କଟ ଚିକିତ୍ସାର ହବ୍ ହେବ ।

ଶୁକ୍ରବାର ଭର୍ଚୁଆଲ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସରରେ ରେଡିଓ ଥେରାପି ପାଇଁ ଦୁଇଟି ଅତ୍ୟାଧୁନିକ ଲିନିଅର ଆକ୍ସିଲେଟର ଲୋକାର୍ପିତ କରିବା ସହ ୩୦ ଶଯ୍ୟା ବିଶିଷ୍ଟ ଡେ’ କେୟାର ୟୁନିଟ୍‌ର ଶୁଭ ଉଦ୍‌ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ଉକ୍ତ ପ୍ରତିଷ୍ଠାନରେ ଦୁଇଟି ଲିନିଅର ଆକ୍ସିଲେଟର ଥିଲା । ଏବେ ତାହା ୪କୁ ବୃଦ୍ଧି ହୋଇଛି । ଏହି ଦୁଇ ମେସିନ ପାଇଁ ୩୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ୩୦ ଶଯ୍ୟା ବିଶିଷ୍ଟ ଡେ’କେୟାର ୟୁନିଟ୍‌ର ବି ଶୁଭାରମ୍ଭ ହୋଇଛି । ଏବେ ମୋଟ୍ ଦିନିକିଆ ଶଯ୍ୟା ସଂଖ୍ୟାକୁ ୪୨କୁ ବୃଦ୍ଧି ପାଇଛି । ଏଥିପାଇଁ ୬ କୋଟି ଟଙ୍କା ବ୍ୟୟ କରାଯାଇଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କର୍କଟ ଚିକିତ୍ସା ପାଇଁ ଭିତ୍ତିଭୂମି ବିକାଶ ହେଉଛି । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବେସରକାରୀ ସଂସ୍ଥାମାନେ କର୍କଟ ଚିକିତ୍ସା ପ୍ରତିଷ୍ଠାନର ବିକାଶରେ ଅର୍ଥ ବିନିଯୋଗ କରୁଛନ୍ତି । ହୋମି ଭାବା କର୍କଟ ହସ୍ପିଟାଲ ଓ ଅନୁସନ୍ଧାନ କେନ୍ଦ୍ର ଏବଂ ବାଗଚି-ଶଙ୍କର କର୍କଟ ହସ୍ପିଟାଲ ଏହାର ଉଦାହରଣ । ଝାରସୁଗୁଡାରେ ବି ଏକ ନୂତନ କର୍କଟ ଡାକ୍ତରଖାନା ହେବାକୁ ଯାଉଛି । ଆଗାମୀ କିଛି ବର୍ଷ ମଧ୍ୟରେ ଏହିପରି ଅଧିକ ଅନୁଷ୍ଠାନ ଆସିବ । ଏହାର ସୁଫଳ ଓଡ଼ିଶା ଲୋକେ ପାଇବେ । କର୍କଟ ଚିକିତ୍ସା ଆଉ ମହଙ୍ଗା ହେବ ନାହିଁ । ତେଣୁ ଆଗୁଆ ଚିକିତ୍ସା ପାଇଁ ଯତ୍ନବାନ ନେବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି ଯେ କର୍କଟ ଚିକିତ୍ସା, ଶିକ୍ଷା ଓ ଅନୁସନ୍ଧାନରେ ଆଚାର୍ଯ୍ୟ ହରିହର ପ୍ରତିଷ୍ଠାନ ଉତ୍କର୍ଷ କେନ୍ଦ୍ର । ରାଜ୍ୟରେ ମାଗଣା କେମୋ-ଥେରାପି ଓ ଅନ୍ୟାନ୍ୟ ସୁବିଧା ପାଇଁ ରାଜ୍ୟ ସରକାର ୧୦୪୬ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ,୫ଟି ସଚିବ ଯୋଗ ଦେଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ସାଲିନୀ ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲାବେଳେ ଆଚାର୍ଯ୍ୟ ହରିହର ପ୍ରତିଷ୍ଠାନ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button