ରାଜ୍ୟ

ମେଡ଼ିକାଲରେ ଜନନୀ ଯନ୍ତ୍ରଣା, ଡ଼ାକ୍ତର, ନର୍ସଙ୍କ ଦେଖା ନାହିଁ – Ibnodisha

[ad_1]

ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମେଡ଼ିକାଲ ବିଭିନ୍ନ ସମସ୍ୟା ଦେଇ ଚାଲିଛି । ନା ଅଛନ୍ତିି ଡାକ୍ତର, ନା ଅଛନ୍ତି ନର୍ସ । ଗର୍ଭବତୀ ପ୍ରସବ ବେଦନାରେ ଛଟପଟ ହେଉଛନ୍ତି । ଏପରି ଅବସ୍ଥାରେ ଅନ୍ୟତ୍ର ନେବାକୁ ପରାମର୍ଶ ଦେଇଛନ୍ତି ଆୟୁଷ ଡ଼ାକ୍ତର । ସୂଚନା ଅନୁଯାଇ ସରାମୂଳୀ ପଞ୍ଚାୟତ ଅନ୍ତର୍ଗତ ବଡ଼ଗାଁ ଗ୍ରାମର ସୁବଳ ପାଟମାଝୀଙ୍କର ପତ୍ନୀ ସୁଶିଳା ପାଟମାଝୀଙ୍କ ପ୍ରସବ ସମୟ ପାଖ ହେବାରୁ ତାଙ୍କୁ ଆମ ଗାଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ମା’ ଗୃହରେ ଆଣି ରଖିଥିଲେ ।

ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ସୋମବାର ଦିନ ପ୍ରାୟ ୧୧ଟା ବେଳକୁ ତାଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ହେଲେ ଦୁଃର୍ଭାଗ୍ୟର ବିଷୟ ସେହି ସମୟରେ ଡାକ୍ତର କିମ୍ୱା କୌଣସି ନିର୍ସଙ୍କର ଦେଖା ମିଳିନଥିଲା । ନିଯୁକ୍ତି ପାଇଥିବା ନର୍ସ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ଛୁଟୀରେ ଥିବା ବେଳେ ଡ଼ାକ୍ତର ଜଣକ ନିଜ ଗ୍ରାମକୁ ଛୁଟୀରେ ଯାଇଥିବାରୁ ବାଧ୍ୟ ହୋଇ ତାଙ୍କୁ ଦାରିଙ୍ଗବାଡ଼ି ମେଡ଼ିକାଲ ନେବାକୁ ଆୟୁଷ ଡାକ୍ତର ପରାମର୍ଶ ଦେଇଥିବା ନେଇ ମେଡ଼ିକାଲ କର୍ମଚାରୀମାନେ କହିଛନ୍ତି । ଅନ୍ୟପକ୍ଷରେ ବ୍ରାହ୍ମଣୀଗାଁ ମେଡ଼ିକାଲକୁ ଭରସା କରି ନିଜ ସ୍ତ୍ରୀ କୁ ଆଣିଥିବା ସୁବଳ ପାଟମାଝୀ ହତାଶ ହୋଇ ପଡ଼ିଛନ୍ତି ।

ପ୍ରକାଶ ଯୋଗ୍ୟ କି, ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଗମନା ଗମନର ସୁବିଧା ଦୃଷ୍ଟିରୁ ବ୍ରାହ୍ମଣୀଗାଁ ମେଡ଼ିକାଲରେ ଗର୍ଭବତୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ପ୍ରସବ କରାଇବାର ସୁବିଧା ଉପଲବ୍ଧ କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଏହି ମେଡ଼ିକାଲ ଥିବାରୁ ଅଞ୍ଚଳର ୧୫ ଗୋଟି ପଞ୍ଚାୟତର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବ୍ରାହ୍ମଣୀଗାଁ ମେଡ଼ିକାଲ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହା ସହାୟକ ହୋଇପାରିଛି ।

ଏପରିସ୍ଥଳେ ଆବଶ୍ୟକ ଡାକ୍ତର ଓ ନର୍ସଙ୍କ ଅଭାବରୁ ନିଯୁକ୍ତି ପାଇଥିବା ଡାକ୍ତର ଓ ନର୍ସ ଛୁଟୀରେ ଗଲେ ଜରୁରୀକାଳିନ ପରିସ୍ଥିତିରେ ଗର୍ଭାବତୀ ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ମେଡ଼ିକାଲରେ କର୍ମଚାରୀ ଅଭାବ ସାଙ୍ଗକୁ ରୁକ୍ଷ ବ୍ୟବହାରରେ ଅସନ୍ତୋଷ ଅଞ୍ଚଳବାସୀ । କେବେ ଦୂର ହେବ ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣା ? ଏପରି ପ୍ରଶ୍ନ ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button