ରାଜ୍ୟ

ନାଚି ନାଚି ମଞ୍ଚ ଦୁଲୁକେଇଲେ ମନ୍ତ୍ରୀ ଓ ଯୁବନେତା – Ibnodisha

[ad_1]

ମୟୂରଭଞ୍ଜ :  ସାଥିରେ ଯୁବନେତାଙ୍କୁ ଧରି ନାଚି ନାଚି ମଞ୍ଚ ଦୁଲୁକେଇଲେ କେନ୍ଦ୍ରରାଜ୍ୟ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ। ଆଦିବାସୀ କଳା ସାଂସ୍କୃତି ପ୍ରତି ମନ୍ତ୍ରୀଙ୍କ ଆସକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିବା ଦେଖିବାକୁ ମିଳିଛି। ତେବେ କେନ୍ଦ୍ରରାଜ୍ୟ ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଉଦ୍ୟମରେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଚିତ୍ରଡା ଠାରେ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଅଧୀନ ଆଦିବାସୀ ସମବାୟ ମାର୍କେଟିଂ ଡେଭଲପମେଣ୍ଟ ଫେଡ଼େରେସନ ଅଫ ଇଣ୍ଡିଆ(TRIFED) ପକ୍ଷରୁ ଆୟୋଜିତ ହୋଇଯାଇଛି ଆଦି ବଜାର। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ ଆନୁଷ୍ଠାନିକ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନବିଧାୟକ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣଚନ୍ଦ୍ର ଭଞ୍ଜଦେଓ ମଧ୍ୟ ଯୋଗ ଦେଇଥିଲେ। ବର୍ତ୍ତମାନର ଆଧୁନିକ ଯୁଗର ଆଧୁନିକତା ଭିତରେ ଲୁଚି ଯାଉଛି ଆଦିବାସୀଙ୍କ ପରମ୍ପାରିକ ସାମଗ୍ରୀ। ଆଦିବାସୀଙ୍କ ବେଶଭୁସା ଠାରୁ ଆରମ୍ଭ କରି ସେମାନଙ୍କର ଖାଦ୍ୟସାମଗ୍ରୀ ଏବଂ କଳାକୃତୀ ସହିତ ଆଦିବାସୀ ପରମ୍ପରା ଦିନକୁଦିନ ଲୋପ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଏହାର ପୁନଃପ୍ରଚଳନ ପ୍ରତି ଆକର୍ଷିତ କରିବା ଆୟୋଜିତ କାର୍ଯ୍ୟକ୍ରମର ମୂଲଲକ୍ଷ୍ୟ ବୋଲି ସୂଚିତ ହେଉଥିଲା। ସେହିପରି କାର୍ଯ୍ୟକ୍ରମର ମୁଖ୍ୟଉଦ୍ଦେଶ୍ୟ ଆଦିବାସୀମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ସୁବିଧା ସୃଷ୍ଟି ସହିତ ଏହାର ବିକାଶକୁ ପ୍ରୋତ୍ସାହିତ କରି ଦେଶର ବିଭିନ୍ନ ଜନଜାତି ମଧ୍ୟରେ ସାମାଜିକ ଅର୍ଥନୈତିକ ସ୍ଥିତି ମଜଭୁତ କରିବାରେ ସାହାଯ୍ୟ କରିବ।ଅନୁଷ୍ଠିତ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆଦିବାସୀମାନେ ସାମିଲ ହୋଇ ନିଜର କଳାକୃତୀ ସହିତ ପାରମ୍ପରିକ ସଂସ୍କୃତି ମଧ୍ୟରେ ନାଚଗୀତ ପ୍ରଦର୍ଶନ କରିଥିଲେ। କେବଳ ଓଡ଼ିଶା ନୁହେଁ ସମଗ୍ର ଦେଶରେ ଆଦିବାସୀ ସମୁଦାୟଙ୍କ କଳା ସଂକୃତିକୁ ବଞ୍ଚାଇ ରଖିବା ପାଇଁ ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଉଦ୍ୟମରେ ଚାଲିଛି ଏ ପ୍ରୟାସ।ସେହିପରି ଉତ୍ସବ ସ୍ଥଳରେ ବିଭିନ୍ନ ପ୍ରାନ୍ତରୁ ଆସି ପ୍ରସ୍ତୁତ ସାମଗ୍ରୀ ବିକ୍ରି ସାଙ୍ଗକୁ ପ୍ରଦର୍ଶନ ଉଦ୍ଧେଶ୍ୟରେ ଷ୍ଟଲ ଲାଗିଥିବା ଦେଖିବାକୁ ମିଳିଛି। ଷ୍ଟଲରେ ଜୈବିକ ଉତ୍ପାଦ ବୟନଶିଳ୍ପ, ହସ୍ତଶିଳ୍ପ ସହିତ ସୁନ୍ଦର ସୁନ୍ଦର ଘର ସାଜସଜ୍ଜା ଜିନିଷ ମଧ୍ୟ ବିକ୍ରି କରୁଛନ୍ତି। ଭାରତ ବିଶ୍ୱର ଦ୍ୱିତୀୟ ବୃହତମ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ଦେଶ। Trifed ଆଦିବାସୀମାନଙ୍କ ପାଇଁ ବଜାର ସୃଷ୍ଟି କରି ଆଦିବାସୀମାନଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ ବିକ୍ରୟ ପାଇଁ ବ୍ରାଣ୍ଡ ସୃଷ୍ଟି କରିବା ପାଇଁ ଏହି ସଂସ୍ଥା ଲକ୍ଷ୍ୟ ରଖିଛି ଯେଉଁଠାରେ ସେମାନ ସେମାନଙ୍କର ନିଜସ୍ୱ ଉତ୍ପାଦ ବିକ୍ରୟ କରି ସ୍ୱାବଲମ୍ବୀ ହୋଇପାରିବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button