ଦେଶ

ରୁଷ୍‌ ବିଦା କରିଥିଲା ୨ ଆମେରିକୀୟ କୂଟନୀତିଜ୍ଞ; ଆମେରିକା ବିଦା କଲା ୨ ରୁଷୀୟ କୂଟନୀତିଜ୍ଞ – Ibnodisha

[ad_1]

ୱାସିଂଟନ୍‌: ଗତ ମାସରେ ମସ୍କୋରୁ ୨ଜଣ ଆମେରିକୀୟ କୂଟନୀତିଜ୍ଞଙ୍କୁ ଜବରଦସ୍ତି ବହିଷ୍କାର କରାଯିବା ଘଟଣାର ପ୍ରତିଶୋଧ ଭାବେ ଶୁକ୍ରବାର ଦିନ ବାଇଡେନ୍‌ ପ୍ରଶାସନ ଆମେରିକାରୁ ୨ଜଣ ରୁଷୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ଲାଗି ଆଦେଶ ଦେଇଥିବା କଥା ‘ଆସୋସିଏଟେଡ୍‌ ପ୍ରେସ୍‌’ ରିପୋର୍ଟ କରିଛି।

ଆମେରିକାର ବୈଦେଶିକ ବିଭାଗ କହିଛି, ଏକଦା ରୁଷ୍‌ର ସୁଦୂର ପୂର୍ବାଞ୍ଚଳ ନଗରୀ ଭ୍ଲାଦିଭୋସ୍ତୋକ୍‌ରେ ଥିବା ଆମେରିକୀୟ କନ୍‌ସୁଲେଟ୍‌ରେ (ସମ୍ପ୍ରତି ବନ୍ଦ ଅଛି) କାର୍ଯ୍ୟ କରୁଥିବା ଏବଂ ଚଳିତ ବର୍ଷ ଗିରଫ ହୋଇଥିବା ଜଣେ ରୁଷୀୟ ନାଗରିକଙ୍କ ସହିତ ଯୋଗାଯୋଗ କରିଥିବା କାରଣ ଦର୍ଶାଇ ରୁଷ୍‌ ୨ଜଣ ଆମେରିକୀୟ କୂଟନୀତିଜ୍ଞଙ୍କୁ ଅବାଞ୍ଛିତ ଘୋଷଣା କରିବାର ଜବାବ ଭାବେ ଏଭଳି କାର୍ଯ୍ୟାନୁଷ୍ଠାନ କରାଯାଇଛି।

Image Courtesy of India Today

ଏ ସଂକ୍ରାନ୍ତରେ ଜାରି କରାଯାଇଥିବା ବିବୃତିରେ ଆମେରିକୀୟ ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର୍‌ କହିଛନ୍ତି, ରୁଷୀୟ ସରକାର ଆମ କୂଟନୀତିଜ୍ଞମାନଙ୍କୁ ଯେଉଁ ଭଳି ହଇରାଣ କରୁଛନ୍ତି ତାହା ଆମ ବୈଦେଶିକ ବିଭାଗ ବରଦାସ୍ତ କରିବ ନାହିଁ। ମସ୍କୋରେ ଆମ ଦୂତାବାସ କର୍ମଚାରୀଙ୍କ ବିରୋଧରେ ଅଗ୍ରହଣୀୟ କାର୍ଯ୍ୟାନୁଷ୍ଠାନର ପରିଣାମ ଭୋଗିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ଗତ ମାସରେ ରୁଷୀୟ ବୈଦେଶିକ ମନ୍ତ୍ରାଳୟ ଆମେରିକୀୟ ରାଷ୍ଟ୍ରଦୂତ ଲିନ୍‌ ଟେସିଙ୍କୁ ଡକାଇ ସୂଚନା ଦେଇଥି‌ଲା ଯେ, ଜେଫ୍‌ରେ ସିଲିନ୍‌ ଓ ଡେଭିଡ୍‌ ବର୍ଣ୍ଣଷ୍ଟିନ୍‌ଙ୍କୁ ଅବାଞ୍ଛିତ ବ୍ୟକ୍ତି ବୋଲି ଘୋଷଣା କରାଯାଇଛି। ଏହାର ଅର୍ଥ ଏକ ସପ୍ତାହ ମଧ୍ୟରେ ଦୁହିଁଙ୍କୁ ରୁଷ୍‌ ଛାଡ଼ିବାକୁ ପଡ଼ିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button