ଅପରାଧ

ଗୋଶାଳା ତଳେ ସୁଡ଼ଙ୍ଗ’, ବାହାର କରାଯାଉ ଥିଲା ପେଟ୍ରୋଲ – Ibnodisha

[ad_1]

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ୱର ମାସ ଶେଷ ଦିନରେ ଏକ ଅଜବ ଘଟଣା ଘଟିଥିଲା। ଇଣ୍ଡିଆନ କର୍ପୋରେସନ ଲିମିଟେଡ୍‌ର ଅଧିକାରୀଙ୍କୁ ପେଟ୍ରୋଲ ଚୋରୀ ହେବାର ସନ୍ଦେହ ହୋଇଥିଲା। ସେମାନେ ଅନୁମାନ କଲେ ହୁଏତ ପାଇପ ଲାଇନ୍‌ରୁ ପେଟ୍ରୋଲ ନିର୍ଗତ ହେଉଛି , ନୁହେଁତ କେହି ପେଟ୍ରୋଲ ଚୋରି କରି ନେଉଛି। ଅଧିକାରୀମାନେ ପୁଲିସକୁ ଏହାର ସୂଚନା ଦେଇଥିଲେ। ଏହା ଦିଲ୍ଲୀ-ପାନିପତ ସେକ୍ସନର ଏକ ପାଇପ୍ ଲାଇନ୍‌ର ଘଟଣା। ପୁଲିସ ଯାଞ୍ଚରେ ଯାହା ସାମନା ଆସିଥିଲା , ତାହା ଥିଲା ଖୁବ୍ ଆଶ୍ଚର‌୍ୟ୍ୟକର। ପାଇପ ଲାଇନ୍‌ର ଖୁବ୍ ନିକଟରେ ଚୋରମାନେ ଏକ ସୁଡ଼ଙ୍ଗ ତିଆରି କରିଥିଲେ। ଏହା ଏମିତି ଏକ ସୁଡ଼ଙ୍ଗ , ଯେଉଁଥିରେ ପ୍ରତିଦିନ ଶହ ଶହ ଲିଟର ପେଟ୍ରୋଲ ବାହାର କରୁଥିଲେ। ଦ୍ୱାରକାର ପୋଚନପୁର ଗାଁରେ ପାଇପ ଲାଇନରୁ ପାଖାପାଖି ୪୦ ମିଟର ଦୂରତାରେ ଚୋରମାନେ ଏକ ସୁଡ଼ଙ୍ଗ ତିଆରି କରିଥିଲେ। ସୁଡ଼ଙ୍ଗଟି ଏକ ଗୋଶାଳା ତଳେ ଥିଲା। ୪୦ ମିଟର ଗଭୀର ସୁଡ଼ଙ୍ଗରୁ ଚୋରମାନେ ପ୍ରତିଦିନ ପେଟ୍ରୋଲ ଚୋରି କରୁଥିଲେ। ଇଣ୍ଡିଆନ ଏକ୍ସପ୍ରେସ୍‌ର ରିପୋର୍ଟ ମୁତାବିକ , ଏକ ଭାଲଭ ମେସିନ୍ ଓ ଏକ ପ୍ଲାଷ୍ଟିକ ପାଇପ୍‌ରେ ଚୋରମାନେ ଉକ୍ତ ଘଟଣାକୁ ସଫଳ କରୁଥିଲେ।  ଯେଉଁ ପ୍ଲଟ୍‌ରେ ଏହି ସୁଡ଼ଙ୍ଗ ତିଆରି କରାଯାଇ ଥିଲା , ଏହାର ମାଲିକଙ୍କୁ ପୁଲିସ ଗିରଫ କରି ନେଇଛି। ଯାହାଙ୍କ ନାଁ ରାକେଶ । ସୂଚନା ମୁତାବିକ , ପୁଲିସକୁ ଏହା ସନ୍ଦେହ ହୋଇଛି କି ଏହି ଚୋରି ଘଟଣାରେ ଆଉ ୪ଜଣ ଲୋକ ମଧ୍ୟ ସାମିଲ ଅଛନ୍ତି। ତାଙ୍କର ତଲାସ କରାଯାଉଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି କି, ସୁଡ଼ଙ୍ଗ ତିଆରି କରି ପାଇପ୍ ଲାଇନ୍‌ରେ ମେସିନ୍‌ରେ କଣା କରାଯାଇ ଥିଲା। ଚୋରମାନେ ପେଟ୍ରୋଲର ଏହି ପାଇପ ଲାଇନ୍‌ରେ ଦୁଇଟି ପ୍ଲାଷ୍ଟିକ ପାଇପ୍ ଲଗାଇ ଥିଲେ। ସେହି ଭାଲଭ୍ ମେସିନ୍‌ରୁ ପେଟ୍ରୋଲର ପ୍ରେସରରୁ କଣ୍ଟ୍ରୋଲ କରୁଥିଲେ।
ପ୍ରତିଦିନ ୧୦୦୦ ଲିଟର ପେଟ୍ରୋଲ ଚୋରି କରୁଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button